ଅଗଷ୍ଟ ୧୫ରୁ ଏସସିବିରେ ଏକମୋ ସେବା, ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ: ଗୁରୁତର କୋରୋନା ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଏକ୍‌ମୋ ଚିକିତ୍ସା ସେବା ଆସନ୍ତା ଅଗଷ୍ଟ ୧୫ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକର ଏସସିବି ମେଡିକାଲ କଲେଜରେ ୯ଟି ଏକମୋ ମେସିନ ସ୍ଥାପନ କରାଯାଇଛି । ଏସବୁ କାର୍ଯ୍ୟକାରୀ କରିବା ପାଇଁ ୯ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆସରିଛି । ଏସସିବିରେ ଏକମୋ ମେସିନର ଡେମୋ ବି ସଫଳତାର ସହ ଶେଷ ହୋଇଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

ଏସସିବି କାର୍ଡିଓଲୋଜି କୋଠାରେ ତଳ ମହଲାରେ ତିନି ଏବଂ ଉପର ମହଲାରେ ୬ଟି ଏକମୋ ମେସିନ ଲଗାଯାଇଛି । ସବୁ ମେସିନ କାର୍ଡିଓଲୋଜି ବିଭାଗ ଅଧୀନରେ ରହିବ ।

Comments are closed.