ଟୋକିଓ ଅଲିମ୍ପିକ୍ସ: ବଜରଙ୍ଗ ଜିତିଲେ ବ୍ରୋଞ୍ଜ, ଷଷ୍ଠ ପଦକ ସହ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ନିଜ ପ୍ରଦର୍ଶନର ସମକକ୍ଷ

ନୂଆଦିଲ୍ଲୀ: ପୁରୁଷ ୬୫ କିଲୋଗ୍ରାମ ଫ୍ରିଷ୍ଟାଇଲରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି। ଆଜ ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚରେ ବଜରଙ୍ଗ କାଜାଖସ୍ତାନର ରେସଲର ଡୁଲେଟ୍ ନିୟାଜବେକୋଭଙ୍କୁ ୮-୦ରେ ପରାସ୍ତ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ରବି କୁମାର ଦହିଆଙ୍କ ପରେ ବଜରଙ୍ଗ ଭାରତର ଦ୍ଵିତୀୟ ରେସଲର ଭାବେ ପଦକ ଜିତିଛନ୍ତି । ରବି କୁମାର ୫୭ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ଓଭରଅଲ୍ ଚଳିତ ଅଲିମ୍ପିକ୍ସରେ ଏହା ଭାରତର ଷଷ୍ଠ ପଦକ । ଏଥିସହ ଭାରତ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ନିଜ ପ୍ରଦର୍ଶନ ସହ ସମକକ୍ଷ ହୋଇଛି ।

Comments are closed.