ନିଜର ପ୍ରଥମ ଅଲିମ୍ପିକ୍ସ ହିଁ ଜାଭେଲିନ ସ୍ୱର୍ଣ୍ଣ ଜିତିଲେ ନୀରଜ, ଅଲିମ୍ପିକ୍ସରେ ଆଥଲେଟିକ୍ସ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ

ଟୋକିଓ – ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପାଇଁ ଭାରତର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ନୀରଜ ଚୋପ୍ରା । ଜାଭେଲିନ ଥ୍ରୋରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା । ଫାଇନାଲରେ ନୀରଜଙ୍କ ୮୭ ଦଶମିକ ୫୮ ମିଟର ଥ୍ରୋ ଶ୍ରେଷ୍ଠ ସାବ୍ୟସ୍ତ ହୋଇଥିଲା । ନିଜର ପ୍ରଥମ ଅଲିମ୍ପିକ୍ସରେ ହିଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ଆଥଲେଟିକ୍ସରେ ସ୍ୱର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ନୀରଜ । ଏହାଛଡା ବ୍ୟକ୍ତିଗତ ଭାବେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବାରେ ସୁଟର ଅଭିନବ ବିନ୍ଦ୍ରାଙ୍କ ପରେ ନୀରଜ ହେଉଛନ୍ତି ଦ୍ୱିତୀୟ ଭାରତୀୟ । ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁଟିଂରେ ଜିତିଥିଲେ ସ୍ୱର୍ଣ୍ଣ ପଦକ । ଟୋକିଓରେ ନୀରଜଙ୍କ ସ୍ୱର୍ଣ୍ଣ ସହ ଭାରତ ଅଲିମ୍ପିକ୍ସରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି । ମୋଟ ୭ଟି ପଦକ ସହ ଲଣ୍ଡନ ଅଲିମ୍ପିକ୍ସର ପଦକ ସଂଖ୍ୟା ଅତିକ୍ରମ କରିଛି ଭାରତ । ୨୦୧୨ରେ ଲଣ୍ଡନରେ ଭାରତ ୬ଟି ପଦକ ହାସଲ କରିଥିଲା ।
ନିଜର ପଦାର୍ପଣ ଅଲିମ୍ପିକ୍ସରେ ହିଁ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି ନୀରଜ ଚୋପ୍ରା ।

Comments are closed.