ସମ୍ବଲପୁର ପୋଲିସ ହାତରେ ଧରାପଡିଲା ଜୋଲ୍ ନୋଟ୍ କାରବାର ଗ୍ୟାଙ୍ଗ୍ , ୬ ଗିରଫ

ସମ୍ବଲପୁର – ସମ୍ବଲପୁରରେ ଜାଲ୍ ନୋଟ୍ କାରବାର କରୁଥିବା ଏକ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରାଯାଇଛି । ୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୩ ଲକ୍ଷ ନକଲି ଟଙ୍କା ଜବତ କରାଯାଇଛି । ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଛି ପୋଲିସ । ନକଲି ଟଙ୍କା ପ୍ରସ୍ତୁତିରେ ବ୍ୟବହୃତ ମେସିନ ଓ ବିପୁଳ ପରିମାଣର କାଗଜ ବି ଜବତ ହୋଇଛି । ୭ ଦିନ ପୂର୍ବେ ଲକ୍ଷମୀ ଟକିଜ ଛକରେ ଏକ ଚା ଦୋକାନରୁ ଗୋଟିଏ ନକଲି ନୋଟ ମିଳିଥିବା ନେଇ ଥାନାରେ ଅଭିଯୋଗ କରାଯାଇଥିଲା । ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଛତିଶଗଡରୁ ବରଗଡ ଦେଇ ନକଲି ନୋଟ୍ ସମ୍ବଲପୁରକୁ ଆସୁଥିବା ଜଣାପଡିଥିଲା । ବରଗଡରୁ ଭୁକ୍ତା ଦେଇ ନକଲି ନୋଟ୍ ସମ୍ବଲପୁର ବଜାରକୁ ଆସୁଥିବା ତଦନ୍ତରୁ ଜଣାପଡିଥିଲା । ସମ୍ବଲପୁର ପୋଲିସ ୨ଟି ଟିମ୍ ଗଠନ କରି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା । ୬ ଦିନ ପରେ ପୋଲିସ ଏହି ଘଟଣାରେ ବରଗଡର ୪ ଏବଂ ଛତିଶଗଡର ଦୁଇ ଜଣଙ୍କୁ ଗିରଫ କରିଛି ।

Comments are closed.