ଦୃଷ୍ଟ ତୁ ପାଣ୍ଡବା ନିକମ୍ ବ୍ୟୁଢଂ ଦୁର୍ଯୋଧନ ସ୍ତଦା। ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ।।

ଦୃଷ୍ଟ ତୁ ପାଣ୍ଡବା ନିକମ୍ ବ୍ୟୁଢଂ ଦୁର୍ଯୋଧନ ସ୍ତଦା।
ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମବ୍ରବୀତ।।

ହେ ଆଚାର୍ଯ୍ୟ ! ପାଣ୍ଡୁପୁତ୍ର ମାନଙ୍କର ବିରାଟ ସୈନ୍ୟବାହିନୀକୁ ଦେଖନ୍ତୁ। ଏହା ଆପଣଙ୍କ ଅତି ବୁଦ୍ଧିମାନ ଶିଷ୍ୟ ଦ୍ରୁପଦ ପୁତ୍ରଙ୍କ ଦ୍ୱାରା ବ୍ୟୁହାକାରରେ ସଜ୍ଜିତ ହୋଇଅଛି।
(ଗୀତା ୧ମ ଅ-୩ୟ ଶ୍ଳୋକ)

ଦୁର୍ଯୋଧନ ବିଶିଷ୍ଟ କୂଟନୀତିଜ୍ଞ ଥିଲେ। ଗୁରୁ ଦ୍ରୋଣଚର୍ଯ୍ୟଙ୍କୁ ସିଏ ସୂଚିତ କରିବାକୁ ଚାହିଁଛନ୍ତି ଯେ ସେ ଯେପରି ଏ ଯୁଦ୍ଧରେ କୋହଳ ମନୋଭାବ ପୋଷଣ ନ କରନ୍ତି। କାରଣ ବର୍ତ୍ତମାନ ସିଏ ପାଣ୍ଡବଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ଯଦି ସିଏ ଏହି ଯୁଦ୍ଧ ରେ କୋହଳ ନୀତି ଅନୁସରଣ କରନ୍ତି, ତାହାଲେ ପରାଜିତ ହେବାକୁ ପଡିବ।

Comments are closed.