କିସାନ ସମ୍ମାନ ନିଧି ଯୋଜନାର ନବମ କିସ୍ତି ଅର୍ଥ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି (ପିଏମ-କିସାନ) ଯୋଜନା ଅଧୀନରେ କୃଷକମାନଙ୍କୁ ନବମ କିସ୍ତି ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଯାଇଛି। ଏଥର ୯.୭୫ କୋଟିରୁ ଅଧିକ କୃଷକ ପରିବାର ଏହାର ଲାଭ ପାଇବେ | ଏପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ କୃଷକ ପରିବାରକୁ ୧.୩୮ ଲକ୍ଷ କୋଟିରୁ ଅଧିକ ଟଙ୍କା ପଠାଯାଇଛି।
ପିଏମ-କିସାନ ଯୋଜନା ଅଧୀନରେ କୃଷକ ପରିବାରକୁ ବାର୍ଷିକ ୬୦୦୦ ଟଙ୍କା ଦିଆଯାଏ | ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଏ

Comments are closed.