ଏଥର ବି କୋରୋନା କଟକଣାରେ ପାର୍ବଣ ପୂଜା, ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍‌

ଭୁବନେଶ୍ୱର – କୋରୋନା ଯୋଗୁଁ ଏଥର ବି ବିନା ଭକ୍ତରେ ହେବ ପାର୍ବଣ ପୂଜା । ଏ ନେଇ ଗାଇଡଲାଇନ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷମୀ ପୂଜା, କାଳୀ ପୂଜା ଆୟୋଜନ ଏଥର ବି କୋରୋନା କଟକଣା ମଧ୍ୟରେ ହେବ । ଆସନ୍ତା ୪ ମାସ ପାଇଁ ଏହି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ପୂଜା ଆୟୋଜନ ପାଇଁ କମିଟିମାନଙ୍କୁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ । ପୂଜା ପାଣ୍ଡାଲ ଓ ମଣ୍ଡପରେ କୌଣସି ସାଜସଜ୍ଜାକୁ ବାରଣ କରାଯାଇଛି । ଭକ୍ତମାନଙ୍କୁ ମଣ୍ଡପକୁ ଛଡାଯିବ ନାହିଁ ।

ପୂଜା ମଣ୍ଡପରେ ମୂର୍ତ୍ତି ଉଚ୍ଚତା ୪ ଫୁଟରୁ କମ୍ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡପର ତିନି ପାଶ୍ୱର୍ ଆବଦ୍ଧ ରହିବ । ଗୋଟିଏ ପାଶ୍ୱର୍ ସାମାନ୍ୟ ଖୋଲା ରହିବ । ମଣ୍ଡପରେ ଏକା ସମୟରେ ୭ ଜଣରୁ ଅଧିକ ଏକାଠି ରହିବା ମନା ହୋଇଛି । ପୂଜକ, ଆୟୋଜକ, କର୍ତ୍ତାଙ୍କୁ ମିଶାଇ ୭ ଜଣରୁ ଅଧିକ ରହିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ସୀମିତ ଶିକ୍ଷାର୍ଥୀଙ୍କୁ ନେଇ ପୂଜା ହେବ ।

Comments are closed.