ରାଜ୍ୟରେ ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ, ୧ କୋଟି ୩୭ ଲକ୍ଷ ନେଇଛନ୍ତି ପ୍ରଥମ ଡୋଜ୍

ଭୁବନେଶ୍ୱର – ରାଜ୍ୟରେ ମୋଟ ୧ କୋଟି ୭୮ ଲକ୍ଷ ଟିକାକରଣ ସରିଛି । ୧ କୋଟି ୩୭ ଲକ୍ଷ ଲୋକ ପ୍ରଥମ ଡୋଜ୍ କୋଭିଡ ଟିକା ନେଇଛନ୍ତି । ୪୧ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ୫୭ ହଜାର ଗର୍ଭବତୀଙ୍କୁ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଟିକା ସାର୍ଟିଫିକେଟ ଡାଉନଲୋଡ୍ ନେଇ ହେଲ୍ଫ ଡେସ୍କ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କ ଜାରି କରାଯାଇଛି । ୯୦୧୩୧୫୧୫୧୫ ନମ୍ବରକୁ କଲ୍ କରି ସାର୍ଟିଫିକେଟ ଡାଉନଲୋଡ୍ କରିହେବ ।

Comments are closed.