ଘରୋଇ ବସ୍ ମାଲିକଙ୍କୁ ଅଗଷ୍ଟ ଓ ସେପଟେମ୍ବର ମାସର ଟିକସ ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଅଗଷ୍ଟ ଓ ସେପଟେମ୍ବର ମାସ ପାଇଁ ମୋଟର ଯାନ ଟିକସ ଛାଡ କରିଛନ୍ତି ରାଜ୍ୟ ସରକାର । ଘରୋଇ ବସ୍ ଓ ଶିକ୍ଷାନୁଷ୍ଠାନ ବସଗୁଡିକର ଟିକସ ଛାଡ କରାଯାଇଛି । ଦୁଇ ମାସ ପାଇଁ ଟିକସ ଦେବେ ନାହିଁ ଘରୋଇ ବସ୍ ମାଲିକ । ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଲକଡାଉନ କ୍ଷତିରୁ ଘରୋଇ ବସ ମାଲିକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୧୦ ଦଫା ଦାବି ପତ୍ର ନିଖିଳ ଓଡିଶା ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟ ସରକାର । ଏହାପରେ ବସ୍ ମାଲିକ ସଂଘ ବସ୍ ଚଳାଇବାକୁ ରାଜି ହୋଇଥିଲା । ଏହାପରେ ଟିକସ ଛାଡ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Comments are closed.