ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ଭୁବନେଶ୍ୱର- ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସ ବିଭାଗର ଅଭିଯାନ ଜାରି ରହିଛି । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀ କୃଷ୍ଣଚନ୍ଦ୍ର ଜେନାଙ୍କ ବିରୋଧରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତାଙ୍କର ପୁରୀ, ଭୁବନେଶ୍ୱର ଓ ବ୍ରହ୍ମଗିରି ବାସଭବନରେ ଭିଜିଲାନ୍ସ ଚଢାଉ କରିଛି । ଛତୁଆ ଦୁର୍ନୀତି ନେଇ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଆସିଥିଲା ।

ଏଣେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ଫସିଛନ୍ତି କେନ୍ଦୁଝର ଯୋଡା ବ୍ଲକ୍ ଟେକ୍ନିକାଲ୍ କନସଲଟାଂଟ୍ କ୍ଷେତ୍ରବାସୀ ମହାନ୍ତ । ତାଙ୍କ ବାସଭବନ ସହ ଏକକାଳୀନ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ।

Comments are closed.