ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତ କଣ୍ଠଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ଆଜି ଜୟନ୍ତୀ । ଏହି ଅବସରରେ ମହାନ ଗାୟକଙ୍କୁ ସ୍ମରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶାସ୍ତ୍ରୀୟ କଣ୍ଠଶିଳ୍ପୀ, ସଂଯୋଜକ ଏବଂ ଓଡିଶୀ ସଙ୍ଗୀତଜ୍ଞ ଭାବେ ନିଜ ଅବଦାନ ସହ ଗୀତ ଗୋବିନ୍ଦ ଆବୃତିର ଅନନ୍ୟ ଶୈଳୀ ପାଇଁ ରଘୁନାଥ ପାଣିଗ୍ରାହୀ ଚିର ଆଦୃତ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

Comments are closed.