ଉଜ୍ଜଳା ଯୋଜନାର ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଜ୍ଜଳା ଯୋଜନା ଦ୍ବିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ୧ ହଜାର ମହିଳାଙ୍କୁ ନୂତନ ଏଲପିଜି ସଂଯୋଗ ଦେଇ ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ହୋଇଛ। ଏହି ଭିଡିଓ କନଫରେନ୍ସିଂରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏବଂ ଦୀନେଶ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଏଥର ଏହି ଯୋଜନାରେ ସରକାର ମାଗଣାରେ ଏଲପିଜି ସଂଯୋଗ ଦେବା ସହିତ ସିଲିଣ୍ଡର ଭରିବେ।

ଏହି ଅବସରରେ ୧୦୦୦ ମହିଳାଙ୍କୁ ସଂଯୋଗ ଦିଆଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ୧ କୋଟି ଏଲପିଜି ସଂଯୋଗ ବଣ୍ଟନ ପାଇଁ ଏକ ପୃଥକ ପାଣ୍ଠି ପ୍ରସ୍ତୁତ କରାଯାଇଛି | ଏହି ଏଲପିଜି ସଂଯୋଗ ସେହି ସ୍ୱଳ୍ପ ଆୟକାରୀ ପରିବାରମାନଙ୍କୁ ଦିଆଯିବ ଯେଉଁମାନେ ଉଜ୍ଜଳା ଯୋଜନାର ପ୍ରଥମ ପର୍ଯ୍ୟାୟର ଲାଭ ପାଇନଥିଲେ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବର୍ତ୍ତମାନ ଉଜ୍ଜଳା ୨.୦ର ଲାଭ ଉଠାଇବା ପାଇଁ ପ୍ରବାସୀମାନଙ୍କୁ ରାସନ କାର୍ଡ ଏବଂ ଠିକଣା ପ୍ରମାଣ ଦାଖଲ କରିବା ଆବଶ୍ୟକ ନାହିଁ। ଅଭାବୀ ପରିବାରମାନେ ବର୍ତ୍ତମାନ ନିଜସ୍ୱ ଯାଞ୍ଚ ହୋଇଥିବା ଆବେଦନ ଦେଇ ଏହି ଯୋଜନାର ଲାଭ ଉଠାଇବାକୁ ସମର୍ଥ ହେବେ।

Comments are closed.