ଶ୍ରୀଭଗବାନ ଯେତେବେଳେ ଏ ପୃଥିବୀରେ ଅବତୀର୍ଣ୍ଣ ହୁଅନ୍ତି ସେ ତାଙ୍କର ଅଚିନ୍ତ୍ୟଶକ୍ତି ପ୍ରଭାବରେ ନିତ୍ୟଧାମ ଓ ପାର୍ଷଦ ଗଣଙ୍କୁ ଏହି ଭୌମ୍ୟ ଜଗତରେ ପ୍ରକାଶ କରିଥାନ୍ତି।
ସଚିଦାନନ୍ଦ ବିଗ୍ରହ ଶ୍ରୀକୃଷ୍ଣଙ୍କ ପରାଶକ୍ତି ନାମକ ଏକ ଚିଛକ୍ତି ରହିଛି। ସେହି ଚିଛକ୍ତିର ଯେଉଁ ସନ୍ଧିନି ବୃତ୍ତି ତାହାର କାର୍ଯ୍ୟ ସ୍ୱରୂପ ଚିଧ୍ୟାମ, ଚିଦବୟନ, ଚିନ୍ମୟସଙ୍ଗୀ ଓ ସମସ୍ତ ବ୍ୟବହାର୍ଯ୍ୟ ବିଦୁପକରଣ ଉଦିତ ହୋଇଛି । ସେହି ସନ୍ଧିନିଶକ୍ତି ଶ୍ରୀକୃଷ୍ଣ ସ୍ୱରୂପକୁ ବୈଭଵଯୁକ୍ତ ବା ବିସ୍ତାର କରି ଅଛନ୍ତି।
ଭଗବାନଙ୍କ ନିତ୍ୟଧାମ ଗୋଲକ ତାହାକୁ ମନୁଷ୍ୟ ବୁଦ୍ଧିରେ ମାପିବା ଅସମ୍ଭବ। କିନ୍ତୁ ଭକ୍ତଗଣ ଅପ୍ରାକୃତ ଚିନ୍ମୟ ବୁଦ୍ଧିରେ ତାହାର ଅପ୍ରାକୃତ ସ୍ୱରୂପ ମାପି ତାହାକୁ ଚୌରାଶିକ୍ରୋଶ କହିଥାନ୍ତି। ଏହିପରି ଅଚିନ୍ତ୍ୟ ଶକ୍ତିଯୁକ୍ତ ଭଗବାନ ସ୍ଵୀୟ ନିତ୍ୟଧାମରେ ସପାର୍ଷଦ ଓ ଗୋଲକାଦିଧାମ ସହ ବିରାଜମାନ ରହି ମଧ୍ୟ ବ୍ରହ୍ମାଣ୍ଡ ରେ ସେହି ନିତ୍ୟ ସ୍ୱରୂପ, ପାର୍ଷଦ ଓ ଗୋଲକାଦି ଧାମକୁ ପ୍ରକଟ କରିଥାନ୍ତି।
ପରବ୍ୟୋମସ୍ଥ ଗୋଲକାଦି ଧାମ ପ୍ରପଞ୍ଚ ରେ ପ୍ରକାଶିତ ବ୍ରଜଧାମ ଠାରୁ ପୃଥକ ନୁହେଁ। ଦୁହେଁ ଏକ ସ୍ୱରୂପ। ସର୍ବୋତ୍କୃଷ୍ଟ କୃଷ୍ଣ ଧାମ ହିଁ ଗୋକୁଳ, ତାହା ଅନନ୍ତ ଙ୍କର ଅଂଶଦ୍ୱାରା ନିତ୍ୟ ପ୍ରକଟିତ। ସେହି ଗୋକୁଳ ଚିନ୍ମୟ ସହସ୍ର କମଳ ର କର୍ଣ୍ଣିକା ହିଁ ଶ୍ରୀକୃଷ୍ଣଙ୍କର ଆବାସସ୍ଥଳୀ।
ଗୋଲକ ରୂପ ଗୋକୁଳ ସୃଯ୍ୟ ବା ପ୍ରାକୃତ ନୁହେଁ। ଶ୍ରୀକୃଷ୍ଣଙ୍କ ଗୋଟିଏ ଶକ୍ତି ଅଛି ତାହା ଅନନ୍ତ ସ୍ୱରୂପରେ ପ୍ରକାଶିତ। ଶ୍ରୀକୃଷ୍ଣଙ୍କ ବିଳାଶ ଭାବମୟ ବଳଦେବ ହିଁ ସେହି ଶକ୍ତିର ଆଧାର। ସେହି ବଳଦେବ ସ୍ୱରୂପର ଦୁଇଟି ବିଭୁତି ଅଛି ଗୋଟିଏ ଚିଦବିଭୁତି ଅନ୍ୟଟି ଜଡବିଭୁତି। ଚିଦବିଭୁତି ତିନି ଭାଗରେ ବିଭକ୍ତ। ଏହି ତ୍ରିପାଦ ବିଭୁତି ହେଉଛି ଚିନ୍ମୟ। ସେହି ବିଭୂତିରୁ ପରବ୍ୟୋମ ବା ମହା ବୈକୁଣ୍ଠ ପ୍ରକଟିତ। ଏହା ବିରଜାର ପର ପାରିରେ ବ୍ରହ୍ମ ଜ୍ୟୋତି ପରିବେଷ୍ଟିତ ବିରାଜିତ। ସୁତରାଂ ଗୋଲକ ରୂପକ ଗୋକୁଳ ହିଁ ସର୍ବୋଉତ୍କୃଷ୍ଟ ଧାମ। ଯାହା ଶ୍ରୀବ୍ରଜ ମଣ୍ଡଳ ବା ଶ୍ରୀଧାମ ବୃନ୍ଦାବନ। ଆସନ୍ତା ଅଧ୍ୟୟରେ ଆଲୋଚନା କରିବା ଶ୍ରୀବ୍ରଜ ମଣ୍ଡଳ ର ମଥୁରା ଧାମ।
Comments are closed.