ଆମ ଶରୀର ଚର୍ଚ୍ଚା : ଯୋଗ 

ଶରୀରର ନାସିକା ( Nose ) ହେଉଛି ଘ୍ରାଣେନ୍ଦ୍ରିୟ । ଦୁଇଟି ନାସାରନ୍ଧ୍ରର ମଧ୍ୟବର୍ତ୍ତୀ ଉପସ୍ଥି ଓ ନାସିକା ମୂଳର ଉପାସ୍ଥି କ୍ଷୟ ହେଲେ ନାସିକା ବସିଯାଏ। ଏହାକୁ ନାସିକାର ଅସ୍ଥି କ୍ଷୟ କୁହାଯାଏ।

ଜିହ୍ୱା ହେଉଛି ମଣିଷ ଶରୀରର ମାଂସଳ ଇନ୍ଦ୍ରିୟ। ଏହା ସ୍ୱାଦ ବାରିବା, ଖାଦ୍ୟ ଚୋବାଇବା, ଗିଳିବା ଓ କଥା କହିବାରେ ସାହାଯ୍ୟ କରେ। ଜିହ୍ୱା ମୁଳସ୍ଥ କାଳଗ୍ରନ୍ଥି ଦ୍ୱାରା ଏକ ପ୍ରକାରର ଲାଳ ସର୍ବଦା କ୍ଷାରଣ ହଉଥାଏ। ଏହି ଲାଳ ପାଟିକୁ ସର୍ବଦା ଓଦା ରଖେ। ଶ୍ୱେତସାର ଜାତୀୟ ପଦାର୍ଥ ( Carbo-Hydrate ) ହଜମ କରିବାରେ ଜିହ୍ଵାର ଲାଳ ସାହାଯ୍ୟ କରେ। ମଣିଷ ଅଚେତ ହୋଇ ପଡିଲେ ଜିହ୍ୱା ଗଳା ଭିତରକୁ ଖସିଯାଏ। ଯାହାଦ୍ୱାରା ସ୍ୱାଶରୁଦ୍ଧ ହୋଇପାରେ।

ଜିହ୍ଵାର ମୂଳ ସ୍ଥାନରେ ବାମ ଦକ୍ଷିଣ ଦିଗରେ ଦୁଇଟି ଗ୍ରନ୍ଥି ରହିଛି। ଏହାକୁ ତାଳୁମୂଳ ଗ୍ରନ୍ଥି ( Tonsil ) କୁହନ୍ତି। ଜୀବାଣୁମାନଙ୍କୁ ଧ୍ବଂସ କରିବା ତାଳୁମୂଳ ଗ୍ରନ୍ଥିର ପ୍ରଧାନ କାର୍ଯ୍ୟ। ମୁଖ ଦ୍ୱାର ଦେଇ ଖାଦ୍ୟନଳୀ ରେ କୌଣସି ଜୀବାଣୁ ପ୍ରବେଶ କଲେ ଏହି ଗ୍ରନ୍ଥିଦ୍ବୟ ସଂକ୍ରମିତ ହୁଅନ୍ତି। ଶ୍ଳୋଶିକ ଝିଲ୍ଲୀ ପ୍ରବାହ ଗଲର ଏକ ମାରାତ୍ମକ ରୋଗ।

ଏହାର ନିରାକରଣ ଯୌଗିକ ପ୍ରକ୍ରିୟାରେ ସମ୍ଭବ ଆମେ ଆଲୋଚନା କରିବା। ( କ୍ରମଶଃ )

Comments are closed.