ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଜିଠାରୁ ଖୋଲିଲା ଶ୍ରୀମନ୍ଦିର

ପୁରୀ – ସେବାୟତଙ୍କ ପରିବାର ସଦସ୍ୟଙ୍କ ପାଇଁ ଆଜିଠାରୁ ଶ୍ରୀମନ୍ଦିର ଖୋଲିଛି । ସେବାୟତଙ୍କ ପରିବାର ସଦସ୍ୟମାନେ ଆଜି ଓ ଆସନ୍ତାକାଲି ଦିଅଁ ଦର୍ଶନ କରିପାରିବେ । ଅଗଷ୍ଟ ୧୬ରୁ ୨୦ ତାରିଖ ଯାଏଁ କେବଳ ପୁରୀ ସହରର ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅଗଷ୍ଟ ୨୩ରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯିବ ଶ୍ରୀମନ୍ଦିର । କୋଭିଡ ଗାଇଡଲାଇନ ଅନୁସାରେ ଭକ୍ତମାନେ ଦିଅଁ ଦର୍ଶନ କରିବେ । ସକାଳ ୭ରୁ ସଂଧ୍ୟା ୭ ଯାଏଁ ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର । ପୁରୀ ବାହାରର ଭକ୍ତଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ଡୋଜ୍ କୋଭିଡ ଟିକା ପ୍ରମାଣପତ୍ର ଦେଖାଇବାକୁ ପଡିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବାବଦ ଏସଓପି ଜାରି କରାଯାଇଛି ।

Comments are closed.