ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର- ଯୁକ୍ତ ଦୁଇ ନାମଲେଖା ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି । ଏସଏଏମ ପୋର୍ଟାଲରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ଗଠିତ ଉଚ୍ଚ କ୍ଷମତାସଂପନ୍ନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କୋରୋନା ପାଇଁ କୌଣସି ଆଡମିଶନ ଫି ବୃଦ୍ଧି କରାଯିବ ନାହିଁ । ନାମଲେଖା ପରେ ୟୁଜିସି ଗାଇଡଲାଇନ୍ ଅନୁସାରେ ପାଠପଢା ଆରମ୍ଭ ହେବ । ଅକ୍ଟୋବରରେ ପାଠପଢା ଆରମ୍ଭ ପାଇଁ ୟୁଜିସି ସମୟ ଦେଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଏଥର ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ ଶହ ସିଟ୍ ବୃଦ୍ଧି କରିଛନ୍ତି ।

Comments are closed.