ରାଜ୍ୟରେ କୋରୋନାର ୧ ହଜାର ୧୦୭ ନୂଆ ମାମଲା

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୦୭ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୪୬ ଓ ସ୍ଥାନୀୟ ଅଂଚଳରୁ ୪୬୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଓ କଟକ ଜିଲ୍ଲାରୁ ୧୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବାଲେଶ୍ୱରରୁ ୬୬, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, କେନ୍ଦ୍ରାପଡାରୁ ୪୨, ମୟୂରଭଞ୍ଜରୁ ୪୦, ଭଦ୍ରକରୁ ୩୬, ନୟାଗଡରୁ ୨୯, ପୁରୀରୁ ୨୮, ଅନୁଗୁଳରୁ ୨୪, ସମ୍ବଲପୁରରୁ ୨୦, କେନ୍ଦୁଝରରୁ ୧୮, ସୁନ୍ଦରଗଡରୁ ୧୭, ଢେଙ୍କାନାଳରୁ ୧୨, ମାଲକାନଗିରିରୁ ୧୦, ଝାରସୁଗୁଡାରୁ ୯, କଳାହାଣ୍ଡିରୁ ୭, କନ୍ଧମାଳରୁ ୭, ବରଗଡରୁ ୫, ରାୟଗଡାରୁ ୫, ଗଞ୍ଜାମରୁ ୪, ସୁବର୍ଣ୍ଣପୁରରୁ ୪, ବଲାଙ୍ଗିରରୁ ୩, ଦେବଗଡରୁ ୩, କୋରାପୁଟରୁ ୧, ନୂଆପଡାରୁ ୧, ନବରଙ୍ଗପୁରରୁ ୧, ଗଜପତିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ କୌଣସି ମାମଲା ଆସିନାହିଁ ।

ରାଜ୍ୟରେ ପଜିଟିଭ ହୋଇଥିବା ମୋଟ ଲୋକଙ୍କ ସଂଖ୍ୟା ୯ ଲକ୍ଷ ୯୧ ହଜାର ୧୮୨କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୩ ହଜାର ୫୭୯ । ୧୦ ହଜାର ୮୫୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.