ସରକାରୀ ହସପିଟାଲଗୁଡିକରେ ଅସ୍ତ୍ରୋପଚାର ପାଇଁ ସ୍ୱାସ୍ଥ୍ୟ ବିଭାଗ ଦେଲା ଅନୁମତି

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ହସପିଟାଲରେ ଅସ୍ତ୍ରୋପଚାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଅନୁମତି ଦିଆଯାଇଛି । ବିଭାଗ ପକ୍ଷରୁ ସବୁ ମେଡିକାଲ କଲେଜ, ଓ ସିଡିଏମଓମାନଙ୍କୁ ଚିଠି ଲେଖାଯାଇଛି । ରାଜ୍ୟରେ ଏପ୍ରିଲ ମାସରେ ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଜରୁରୀ ଅସ୍ତ୍ରୋପଚାରକୁ ଛାଡିଦେଲେ ଅନ୍ୟ ସମସ୍ତ ଅସ୍ତ୍ରୋପଚାରକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏବେ ସଂକ୍ରମଣ ହ୍ରାସ ପାଇଥିବା ବେଳେ କୋଭିଡ କଟକଣା ମାନି ଅସ୍ତ୍ରୋପଚାର ପୁଣି କରିବାକୁ ସରକାରୀ ହସପିଟାଲଗୁଡିକୁ ଅନୁମତି ଦିଆଯାଇଛି ।

Comments are closed.