ଆମ ଶରୀର ଚର୍ଚ୍ଚା : ଯୋଗ 

ଶରୀରର ବକ୍ଷ ଦେଶର ମଧ୍ୟବର୍ତ୍ତୀ ସ୍ଥାନରେ ବାମ ଦିଗକୁ ହୃତପିଣ୍ଡ ରହିଛି। ଏହା ଏକ ସ୍ୱୟଂ କ୍ରିୟ ପମ୍ପ ( Pump) ସଦୃଶ୍ୟ କାମ କରିଥାଏ। ଏହା ପୋଲା ଓ ପେଶାଳ ଇନ୍ଦ୍ରିୟ।। ଏହା ଚାରୋଟି କୋଠରୀରେ ବିଭକ୍ତ। ଉପର କୋଠରୀ କୁ ଅଳିନ୍ଦ ( Atrium) ଏବଂ ତଳ କୋଠରୀ କୁ ନୀଳୟ ( Ventricle ) କୁହାଯାଏ। ଅଳିନ୍ଦ ଓ ନୀଳୟରେ ଦୁଇଟି କରି କୋଠରୀ ରହିଛି। ଦକ୍ଷିଣ ଅଳିନ୍ଦ ରେ ଦେହର ସମସ୍ତ ଅଂଶ ରୁ ଦୂଷିତ ରକ୍ତ ( Carbon Acid) ଅଙ୍ଗାରକାମ୍ଳ ମିଶ୍ରିତ ହୋଇ ଶିରା ସାହାଯ୍ୟରେ ପ୍ରବେଶ କରେ। ତା ପରେ ଏହା ଫୁସଫୁସ (Lungs) କୁ ପ୍ରବାହିତ ହୋଇଥାଏ। ଫୁସଫୁସ ଠାରେ ଏହା ଅଙ୍ଗାରକାମ୍ଳ ( Carbon) ତ୍ୟାଗକରି ଅମ୍ଳଜାନ ( oxygen ) ମିଶ୍ରିତ ହୋଇ ବାମ ଅଳିନ୍ଦ କୁ ଯାଏ। ବାମ ଅଳିନ୍ଦରୁ ବିଶୁଦ୍ଧ ରକ୍ତ ଧମନୀ ମାନଙ୍କ ଦ୍ଵାରା ଶରୀର ର ବିଭିନ୍ନ ଅଂଶକୁ ଯାଇଥାଏ।

ଜଣେ ସାଧାରଣ ସୁସ୍ଥ ମଣିଷର ହୃଦସ୍ପନ୍ଦନ ଗୋଟିଏ ମିନିଟ ରେ ୭୦ ରୁ ୭୫ ଥର ହୋଇଥାଏ। ହୃତପିଣ୍ଡ ପ୍ରତି ମିନିଟ ରେ ୬ କି. ଗ୍ରା. ରକ୍ତ ବିଭିନ୍ନ ଅଙ୍ଗକୁ ପଠାଏ। ହୃତପିଣ୍ଡର ପ୍ରସାରଣ ହୃଦଶ୍ଚଳର ମୁଖ୍ୟ କାରଣ। ଏହା ବ୍ୟତୀତ ଅଳିନ୍ଦ ଓ ନୀଳୟର ବିଭିନ୍ନ ପୀଡା ଫଳରେ ନାନାଦି ହୃଦ ରୋଗ ( Heart Disease ) ହୋଇଥାଏ।

( କ୍ରମଶଃ )

Comments are closed.