ରାଜ୍ୟରେ ୧ ହଜାର ୧୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୯୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୯୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୫ ଏବଂ କଟକରୁ ୧୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୬୯, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦, ଅନୁଗୁଳରୁ ୪୯, ନୟାଗଡରୁ ୩୯ ଓ ପୁରୀରୁ ୩୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୩୧, କେନ୍ଦ୍ରାପଡାରୁ ୨୯, ମୟୂରଭଞ୍ଜରୁ ୨୨, କେନ୍ଦୁଝରରୁ ୨୦, ଭଦ୍ରକରୁ ୧୫, ଗଞ୍ଜାମରୁ ୧୩, ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୧୦, ଝାରସୁଗୁଡାରୁ ୧୦, ବରଗଡରୁ ୧୦, ରାୟଗଡାରୁ ୯, ବଲାଙ୍ଗିରରୁ ୯, ଦେବଗଡରୁ ୫, କନ୍ଧମାଳରୁ ୪, କୋରାପୁଟରୁ ୪, ବୌଦ୍ଧରୁ ୩, ମାଲକାନଗିରିରୁ ୩, ନବରଙ୍ଗପୁରରୁ ୨, ଗଜପତିରୁ ୨ ଓ ନୂଆପଡାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁରରୁ କୌଣସି ମାମଲା ଆସିନାହିଁ ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୪ ହଜାର ୭୫୬ । ୧୦ ହଜାର ୮୦୯ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.