ରାଜ୍ୟରେ ଆଉ ୬୦ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋରୋନାରେ ଆଉ ୬୦ଜଣଙ୍କ ମୃତ୍ୟୁ ହୋଇଛି । ବରଗଡ ଜିଲ୍ଲାରେ ସର୍ବାଧିକ ୧୩, କଟକରେ ୧୩ ରୋଗୀଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲାରେ ୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଜଗତସିଂହପୁର ଓ ସମ୍ବଲପୁରରେ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେବଗଡରେ ୪, ଢେଙ୍କାନାଳରେ ୩, ଯାଜପୁରରେ ୩, ଝାରସୁଗୁଡାରେ ୨, ବାଲେଶ୍ୱରରେ ୨ ଓ ଭଦ୍ରକ ଜିଲ୍ଲ୍‌ାରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ୭୫୭ରେ ପଂହଚିଛି ।

Comments are closed.