ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କଲା ସମ୍ବଲପୁର ପୁଲିସ , ୨୧ ବାଇକ ଉଦ୍ଧାର, ୧୩ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା ।

ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି ।

ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର ପାଇଁ ଟାଉନ ଥାନା, ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନା ର ଭାରପ୍ରlପ୍ତ ଅଧିକାରୀ ଙ୍କ ସହିତ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା ​​। ଜୁଜୁମୁରା, ଚାରମାଳ, ରେଢ଼lଖୋଲ, ରେଙ୍ଗାଲୀ, ସମ୍ବଲପୁର ଏବଂ ବଉଦ ଜିଲ୍ଲା ଅଞ୍ଚଳ ରୁ ଚଢ଼ାଉ କରି ଚୋରି ହୋଇଥିବା ୨୧ ଟି ମୋଟର ଯାନ ଉଦ୍ଧାର କରାଯାଇଛି। ୧୧ ଜଣ ଅଭିଯୁକ୍ତ ଏବଂ ଚୋରି ହୋଇଥିବା ସମ୍ପତ୍ତି କୁ କିଣିଥିବା ୨ ଜଣ ବ୍ୟକ୍ତି ଙ୍କୁ ମଧ୍ୟ ଗିରଫ କରାଯାଇଅଛି।

ସଂପ୍ରୁକ୍ତ ବାଇକର ମାଲିକଙ୍କୁ ଡାକି ଗାଡି ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି ।

Comments are closed.