ଭାରତର ତୀର୍ଥସ୍ଥଳ : ବ୍ରଜମଣ୍ଡଳ

ମଥୁରାରେ ଗତଶ୍ରମ ଦେବଙ୍କ ପରେ ରହିଛି ଚବିଶି ତୀର୍ଥ ବା ଚବିଶି ଘାଟ। ଅର୍ଦ୍ଧଚନ୍ଦ୍ର ସ୍ଥିତ ଯମୁନା ନଦୀରେ ରହିଛି ଚବିଶିଟି ଘାଟ। ବିଶ୍ରାମ ଘାଟର ଉତ୍ତରଦିଗ ଓ ଦକ୍ଷିଣ ଦିଗରେ ଯଥାକ୍ରମେ ବାରଟି କରି ସମୁଦାୟ ଚବିଶି ଘାଟ ରହିଛି। ଉତ୍ତର ଦିଗର ବାର ଟି ଘାଟ କୁ ଉତ୍ତରକୋଟ ଓ ଦକ୍ଷିଣ ଦିଗରେ ବାରଟି ଘାଟ କୁ ଦକ୍ଷିଣକୋଟ କୁହାଯାଏ।

ବିଶ୍ରାମ ଘାଟର ଦକ୍ଷିଣ ଦିଗରେ ଥିବା ଦ୍ୱାଦଶ ଘାଟ ର ନାମ ହେଉଛି………

୧) ଅବିମୁକ୍ତ, ୨) ଗୁହ୍ୟ, ୩) ପ୍ରୟାଗ, ୪) କନଖଲ, ୫) ତିନ୍ଦୁକ, ( ବର୍ତ୍ତମାନ ର ନାମ ବଙ୍ଗାଳି ଘାଟ। କାରଣ ଅନେକ ବଙ୍ଗବାସୀ ବର୍ତ୍ତମାନ ଏଠାରେ ବାସ କରୁଛନ୍ତି ବୋଲି ), ୬) ସୁର୍ଯ୍ୟଘାଟ, ୭) ବଟ ସ୍ୱାମୀ, ୮) ଧ୍ରୁବତୀର୍ଥ, ୯) ୠଷି ତୀର୍ଥ, ୧୦) ମୋକ୍ଷ ତୀର୍ଥ, ୧୧) କୋଟି ତୀର୍ଥ, ୧୨) ବୋଧି ତୀର୍ଥ।

ବିଶ୍ରାମ ଘାଟ ର ଉତ୍ତର ଦିଗରେ ଥିବା ଦ୍ୱାଦଶ ଘାଟ ର ନାମ ହେଉଛି………

୧) ନବତୀର୍ଥ, ୨) ସଂଯମ ତୀର୍ଥ, ୩) ଧାରାପତନ ତୀର୍ଥ, ୪) ନାଗ ତୀର୍ଥ, ୫) ଘଣ୍ଟା ଭରଣକ ତୀର୍ଥ, ୬) ବ୍ରହ୍ମ ତୀର୍ଥ, ୭) ସୋମ ତୀର୍ଥ, ୮) ସରସ୍ୱତୀ ପତନ ତୀର୍ଥ, ୯) ଚକ୍ର ତୀର୍ଥ, ୧୦) ଦଶାଶ୍ୱମେଧ ତୀର୍ଥ, ୧୧) ବିଘ୍ନରାଜ ତୀର୍ଥ, ୧୨) କୋଟି ତୀର୍ଥ।

୧) ଅବିମୁକ୍ତ ତୀର୍ଥ ଘାଟ;ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ଏହି ଘାଟରେ ସ୍ୱୟଂ କାଶୀ ବିଶ୍ୱନାଥ ତପସ୍ୟା କରିଥାନ୍ତି।

୨) ଗୁହ୍ୟତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ବେଦ ର ସମସ୍ତ ଗୁହ୍ୟ ତତ୍ତ୍ୱ ଉପଲବ୍ଧି ହୋଇଥାଏ।

୩) ପ୍ରୟାଗ ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ଅଗ୍ନିଷ୍ଟମ ଯଜ୍ଞର ଫଳ ଲାଭ ହୋଇଥାଏ।ଏହି ତୀର୍ଥରେ ବେଣୀ ମାଧବ ଅଛନ୍ତି।

୪) କନଖଲ ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ବ୍ରହ୍ମଲୋକ ପ୍ରାପ୍ତ ହୋଇଥାଏ। ଏଠାରେ ବଜ୍ରନାଭଙ୍କ ଦ୍ଵାରା ପ୍ରତିଷ୍ଠିତ ରାମେଶ୍ୱର ଅଛନ୍ତି।

୫) ତିନ୍ଦୁକ ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ।

୬) ସୁର୍ଯ୍ୟତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ରାଜସୁୟ ଯଜ୍ଞର ଫଳ ପ୍ରାପ୍ତ ହୋଇଥାଏ।

୭) ବଟ ସ୍ୱାମୀ ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ମୃତ୍ୟୁ ପରେ ପରମ ଗତି ପ୍ରାପ୍ତ ହୋଇଥାଏ।

୮) ଧ୍ରୁବତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ଧ୍ରୁବଲୋକ ପ୍ରାପ୍ତ ହୋଇଥାଏ।

୯) ୠଷି ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ଏଠାରେ ନର ନାରାୟଣ ମନ୍ଦିର ଅବସ୍ଥିତ।

୧୦) ମୋକ୍ଷ ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ମୋକ୍ଷ ପ୍ରାପ୍ତ ହୋଇଥାଏ।

୧୧) କୋଟି ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ଏଠାରେ ରାବଣ କୁଟି ପ୍ରସିଦ୍ଧ।

୧୨) ବୋଧି ତୀର୍ଥ: ଏହି ତୀର୍ଥରେ ସ୍ନାନକଲେ ଭଗବଦ ଧାମ ପ୍ରାପ୍ତ ହୋଇଥାଏ। ରାବଣ ତିନିଲୋକ ବିଜୟ ନିମନ୍ତେ ଏହିଠାରେ ତପସ୍ୟା କରିଥିଲେ। ….. କ୍ରମଶଃ

Comments are closed.