ରାଜ୍ୟରେ ଆଉ ୧୧୩୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାମଧ୍ୟରେ ୧ ହଜାର ୧୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୫୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୧୦ ଏବଂ କଟକରୁ ୧୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୭୦, ଜଗତସିଂହପୁରରୁ ୪୨, ମୟୂରଭଞ୍ଜରୁ ୪୦, ନୟାଗଡରୁ ୩୧, ଯାଜପୁରରୁ ୨୯, କେନ୍ଦ୍ରାପଡାରୁ ୨୭, ଅନୁଗୁଳରୁ ୨୫, ସୁନ୍ଦରଗଡରୁ ୨୩, ପୁରୀରୁ ୨୨, ସମ୍ବଲପୁରରୁ ୧୫, କେନ୍ଦୁଝରରୁ ୧୫, ଭଦ୍ରକରୁ ୧୪, ଢେଙ୍କାନାଳରୁ ୧୧, ମାଲକାନଗିରିରୁ ୧୦, ବରଗଡରୁ ୧୦, କଳାହାଣ୍ଡିରୁ ୭, ବଲାଙ୍ଗିରରୁ ୭, ରାୟଗଡାରୁ ୭, ଗଜପତିରୁ ୬, କନ୍ଧମାଳରୁ ୪, ଦେବଗଡରୁ ୪, ବୌଦ୍ଧରୁ ୪, କୋରାପୁଟରୁ ୩, ଗଞ୍ଜାମରୁ ୨, ଝାରସୁଗୁଡାରୁ ୧, ନବରଙ୍ଗପୁରରୁ ୧, ସୁବର୍ଣ୍ଣପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡା ଜିଲ୍ଲାରୁ କୌଣସି ମାମଲା ଆସିନାହିଁ ।

ରାଜ୍ୟରେ ମୋଟ ପଜଟିଭି ମାମଲା ୯ ଲକ୍ଷ ୯୩ ହଜାର ୫୦୭କୁ ବୃଦ୍ଧି ପାଇଛି । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୭୫ ହଜାର ୯୯୯ । ୧୦ ହଜାର ୬୩୨ ମାମଲା ସକ୍ରିୟ ରହିଛି ।

Comments are closed.