ରାଜ୍ୟରେ ଆଉ ୬୬ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ କୋରୋନାରେ ଆଉ ୬୬ ଲୋକଙ୍କ ମୃତ୍ୟୁ ହୋଇଛି । ସଂଗୃହୀତ ତଥ୍ୟ ଅନୁସାରେ କଟକରେ ସର୍ବାଧିକ ୧୫, ନୟାଗଡରେ ୧୨, କେନ୍ଦ୍ରାପଡାରେ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲାରେ ୫, ନବରଙ୍ଗପୁରରେ ୪, ଯାଜପୁର, ଖୋର୍ଦ୍ଧା ଓ ସମ୍ବଲପୁରରେ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର, ବାଲେଶ୍ୱର, ବରଗଡ, ଜଗତସିଂହପୁର ଓ ପୁରୀରେ ୨ ଜଣ ଲେଖାଏଁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୬ ହଜାର ୮୨୩କୁ ବୃଦ୍ଧି ପାଇଛି ।

Comments are closed.