କାରୋନା ଅପଡେଟ୍‌: ଭାରତରେ ୩୮,୬୬୭ ନୂଆ ମାମଲା, ୪୭୮ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୮,୬୬୭ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି । ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ୩.୬% ହ୍ରାସ ଘଟିଛି । ଦିନକରେ ଏହି ରୋଗରେ ଆଉ ୪୭୮ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ଆଉ ୩୫,୭୪୩ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଦେଶରେ ଏଯାବତ୍ ମୋଟ ୩ କୋଟି ୨୧ ଲକ୍ଷ ୫୬ ହଜାର ନୂଆ ମାମଲା ରିପୋର୍ଟ ହୋଇଛି । ଏଥିମଧ୍ୟରୁ ୪ ଲକ୍ଷ ୩୦ ହଜାର ୭୩୨ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶରେ ଆରୋଗ୍ୟ ହାର ୯୭%ରୁ ଅଧିକ ରହିଛି । ଏପର୍ଯ୍ୟନ୍ତ ମୋଟ ୩ କୋଟି ୧୩ ଲକ୍ଷ ୩୮ ହଜାର ଲୋକ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୩ ଲକ୍ଷରୁ କମ୍ ରହିଛି । ଦେଶରେ ଏବେ ୩ ଲକ୍ଷ ୮୭ ହଜାର କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଅଗଷ୍ଟ ୧୩ ସୁଦ୍ଧା ସମଗ୍ର ଦେଶରେ ସର୍ବମୋଟ ୫୩ ଲକ୍ଷ ୬୧ ଲକ୍ଷ ୮୯ ହଜାର କରୋନା ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୬୩.୮୦ ଲକ୍ଷ ଡୋଜ୍ ଦିଆଯାଇଥିଲା । ଆଇସିଏମ୍‌ଆର ତଥ୍ୟ ଅନୁସାରେ ଭାରତରେ ଏଯାବତ୍ ୪୯ କୋଟି ୧୭ ଲକ୍ଷ କରୋନା ଟେଷ୍ଟ ହୋଇଛି । ଗତକାଲି ୨୨.୨୯ ଲକ୍ଷ ନମୁନାର ପରୀକ୍ଷଣ ହୋଇଥିଲା

ଭାରତରେ ମୃତ୍ୟୁ ହାର ୧.୩୪ ରହିଥିବା ବେଳେ ଆରୋଗ୍ୟ ହାର ହେଉଛି ୯୭.୪୬ ପ୍ରତିଶତ । ସକ୍ରିୟ ମାମଲା ମୋଟ ସଂକ୍ରମିତ ସଂଖ୍ୟାର ୧.୨୦ ପ୍ରତିଶତ ରେକର୍ଡ କରାଯାଇଛି । ସକ୍ରିୟ ମାମଲା ଦୃଷ୍ଟିରୁ ବିଶ୍ୱରେ ଭାରତ ୧୧ତମ ସ୍ଥାନରେ ରହିଛି । ମୋଟ ମାମଲାରେ ଭାରତର ସ୍ଥାନ ହେଉଛି ଦ୍ୱିତୟ । କରୋନା ମୃତ୍ୟୁରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି ।

Comments are closed.