ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର- ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶରେ ଏହି ଜଟିଳ ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ଦିଆଯାଇଛି ବୋଲି ଏହାର ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି । କ୍ରାଇମବ୍ରାଂଚ ଡିଏସପିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ମାମଲାର ତଦନ୍ତ କରିବେ । ରହସ୍ୟଜନକ ଭାବେ ଏସିଏଫ ସୌମ୍ୟ ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିଲେ । ତାଙ୍କ ମୃତ୍ୟୁ ଏକ ଷଡଯନ୍ତ୍ର ବୋଲି ପରିବାର ଅଭିଯୋଗ କରିବା ସହ ଏଥିପାଇଁ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଦାୟୀ ବୋଲି କହିଛନ୍ତି । ପାରଳା ପୋଲିସ ଏହି ମାମଲାରେ ବିଦ୍ୟାଭାରତୀ ଓ ତାଙ୍କ ପରିବାରବର୍ଗଙ୍କୁ ଜେରା ବି କରିସାରିଛି । କିନ୍ତୁ କିଛି ସୁଫଳ ମିଳିନାହିଁ । ଗତକାଲି ସୌମ୍ୟଙ୍କ ପରିବାର ପୋଲିସ ତଦନ୍ତରେ ଉଦାସୀନତା ଅଭିଯୋଗ ଆଣିଥିଲେ ।

Comments are closed.