ଭିମସାରରେ ୮ ମାସର ଛୁଆ ଓ ୫ ବର୍ଷର ଶିଶୁ କୋରୋନା ପଜିଟିଭ

ବୁର୍ଲା- କୋରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁମାନେ ବେଶୀ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବା ବେଳେ ସମ୍ବଲପୁର ଜିଲ୍ଲାରେ ଦୁଇ ଶିଶୁ କୋଭିଡ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଛି । ଏମାନଙ୍କ ମଧ୍ୟରେ ଜଣେ ୮ ମାସର ଛୁଆ ରହିଛି । ଏହି ଛୁଆ ଓ ଆଉ ଜଣେ ୫ ବର୍ଷୀୟ ଶିଶୁ ଅସୁସ୍ଥତା ଯୋଗୁଁ ବୁର୍ଲା ଭିମସାରରେ ଭର୍ତ୍ତି ହୋଇଥିଲେ । ସେମାନଙ୍କର ରାପିଟ୍ ଆଂଟିଜେନ୍ ଟେଷ୍ଟ୍ କରାଗଲା ପରେ କୋରୋନା ପଜିଟିଭି ବୋଲି ଜଣାପଡିଥିଲା । ହସପିଟାଲର ଦ୍ୱିତୀୟ କୋଭିଡ ୱାର୍ଡରେ ଦୁଇ ଶିଶୁ ଚିକିତ୍ସିତ ହେଉଛନ୍ତି ବୋଲି ଭିମସାର ମେଡିକାଲ ସୁପରିଟେଣ୍ଡେଂଟ୍ ଡକ୍ଟର ଲାଲମୋହନ ନାୟକ କହିଛନ୍ତି ।

ସମ୍ଭାବ୍ୟ ତୃତୀୟ ପ୍ରବାହରେ ଶିଶୁମାନଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାର କହିଛନ୍ତି ।

Comments are closed.