ଆମ ଶରୀର ଚର୍ଚ୍ଚା:  ଯୋଗ 

ଆମ ଉଦର ରେ ଥିବା କ୍ଷୁଦ୍ରନ୍ତ ମଧ୍ୟରେ ଅନ୍ୟ କେତେକ ରସ ସହିତ ଖାଦ୍ୟ ମିଶି ତରଳ ରସଯୁକ୍ତ ହୁଏ। ତା ମଧ୍ୟରୁ କେତେକ ସାରାଂଶ କ୍ଷୁଦ୍ରନ୍ତ ଗ୍ରହଣକରି ସେହି ଖାଦ୍ୟକୁ ଯକୃତ ( Liver ) କୁ ପଠାଇଥାଏ। ଅଦରକାରୀ ଅଂଶ ଗୁଡ଼ିକ ବହଦନ୍ତ ( Large intensties ) କୁ ଚାଲି ଯାଇଥାଏ। ପରେ ମଳ ରୂପରେ ଏହା ନିଷ୍କାସିତ ହୋଇଥାଏ।

Gyastrik ଅଳସର ପାକସ୍ଥଳୀର ମୂଖ୍ୟ ରୋଗ ଅଟେ।
ଯକୃତ ( Liver ) : ଦକ୍ଷିଣ ଫୁସଫୁସ ର ନିମ୍ନ ଦେଶରେ ଦକ୍ଷିଣ କୁକ୍ଷି ର ଉପରେ ଯକୃତ ରହିଛି। ଏହା ଶରୀର ର ବୃହତ୍ତମ ଗ୍ରନ୍ଥି। ଯକୃତରୁ ଏକ ତିକ୍ତ ରସ ନିସୃତ ହୋଇଥାଏ। ତାହା ପିତ୍ତଥଳୀ ( Gall blader ) ରେ ସଞ୍ଚିତ ହୋଇ ରୁହେ।କ୍ଷୁଦ୍ରନ୍ତ ର ପ୍ରଥମ ଭାଗରେ ଖାଦ୍ୟ ସହିତ ମିଶି ଏହା ପରିପାକ କ୍ରିୟା ରେ ସାହାଯ୍ୟ କରେ। ପିତ୍ତ ନିଃସରଣ , ଅକର୍ମଣ୍ୟ ରକ୍ତ କଣିକା କୁ ଧ୍ୱଂସ କରିବା ଯକୃତ ର କାମ। ଏହାମଧ୍ୟ ଶର୍କରା ଯୁକ୍ତ ଓ ଛେନା ଜାତୀୟ ଖାଦ୍ୟକୁ ପରିପାକ ହେବାରେ ସାହାଯ୍ୟ କରିଥାଏ। ଯକୃତ ଠିକ ଭାବେ କାର୍ଯ୍ୟ ନ କଲେ ଶୋଥ ( Dropsy ) , ରକ୍ତ ସ୍ଵଛତା (Anaemia ), ଉଦରି, ପାଣ୍ଡୁ ପ୍ରଭୁତି ରୋଗ ସୃଷ୍ଟି କରେ। ( Gall bladercolic ) ଯକୃତର ଏକ ମାରାତ୍ମକ ରୋଗ।
ଅନ୍ତ୍ର ( Colon ) : ଅନ୍ତ୍ର ପାକସ୍ଥଳୀ ରୁ ଦେହର ମଳଦ୍ୱାର ପର୍ଯ୍ୟନ୍ତ ଲମ୍ବି ଥାଏ। ଏହି ଅନ୍ତ୍ରର ପ୍ରଥମ ଅଂଶ କୁ କ୍ଷୁଦ୍ରାନ୍ତ ଓ ଶେଷ ଅଂଶ କୁ ବୃହଦ୍ୱନ୍ତ୍ର କୁହାଯାଏ। ଏହି ବୃହଦ୍ୱନ୍ତ୍ର ର ନିମ୍ନ ଭାଗରେ ମଳାନ୍ତ ଓ ମଳଦ୍ୱାର ଅବସ୍ଥିତ। ଉଦର ଦକ୍ଷିଣ ପାର୍ଶ୍ଵରେ କ୍ଷୁଦ୍ରାନ୍ତ ଓ ବୃହଦ୍ୱନ୍ତ୍ର ର ମିଳନ ସ୍ଥଳରେ ଗୋଟିଏ କ୍ଷୁଦ୍ର ଅଙ୍ଗୁଳି ଆକାର ର ଏକ ଅନ୍ତ ଅଛି। ଏହାକୁ ଉପାନ୍ତ ( Appendix ) କୁହାଯାଏ।

( କ୍ରମଶଃ

Comments are closed.