ଆମ ଶରୀର ଚର୍ଚ୍ଚା : ଯୋଗ

ଅନ୍ତ୍ର ପାକସ୍ଥଳୀ ରୁ ଦେହର ମଳଦ୍ୱାର ପର୍ଯ୍ୟନ୍ତ ଲମ୍ବି ଥିବା ଥାଏ। ଏହାର ପ୍ରଥମ ଅଂଶକୁ କ୍ଷୁଦ୍ରାନ୍ତ ଓ ଶେଷ ଅଂଶକୁ ବୃହଦ୍ୱନ୍ତ୍ର କୁହାଯାଏ।

ଅନ୍ତନଳୀରେ ( Colic Tumer ) ପ୍ରଭୂତି ରୋଗ ହୋଇଥାଏ। କୋଷ୍ଠକାଠିନ୍ୟ ହେବା ସହ ଖାଦ୍ୟ ସହିତ ଯଦି ପିନ କିମ୍ବା ନଖ ର ଅଂଶ ଉପାନ୍ତ ରେ ଅଟକି ଯାଏ ତେବେ ତାହା ପାଚିଯାଇ ଖୁବ ଯନ୍ତ୍ରଣା କରେ।

ପ୍ଲିହା ( Spleen ) : ଉଦର ଗହ୍ୱର ର ବାମ ପାର୍ଶ୍ଵରେ ପ୍ଲିହା ଅବସ୍ଥିତ। ଯକୃତ ପରି ଏହି ନାଡି ବୃହତ ଗ୍ରନ୍ଥି ଶରୀର ର ଅନେକ କାର୍ଯ୍ୟ କରିଥାଏ। ରକ୍ତର ଶ୍ୱେତ କଣିକା, ଲୋହିତ କଣିକା ଓ ଇଉରିକ ଏସିଡ ଉତ୍ପାଦନ କରିବା ଏବଂ ରକ୍ତ ସଞ୍ଚୟ କରିବା ପ୍ଲିହା ର ମୁଖ୍ୟ କାର୍ଯ୍ୟ। ମ୍ୟାଲେରିଆ ଏବଂ ଅନ୍ୟ ସଂକ୍ରମକ ଜ୍ୱର ରେ ଏହି ପ୍ଲିହା ବର୍ଦ୍ଧିତ ହୋଇ ରୋଗ ସୃଷ୍ଟି କରିଥାଏ।

ଫୁସଫୁସ ଏବଂ ଶ୍ଵାସକ୍ରିୟା ( Lungs & Rsepiration ) : ଫୁସଫୁସ ରକ୍ତ ଶୋଧନ କରିବା ଯନ୍ତ୍ର ଏବଂ ଏହା ସହିତ ହୃତପିଣ୍ଡ ସମବାୟ ଭିତ୍ତିକ କାର୍ଯ୍ୟ କରିଥାଏ। ଶରୀର ପାଇଁ ଶ୍ଵାସକ୍ରିୟା ନିତ୍ୟାନ୍ତ ଦରକାର। ଏହି ଶ୍ଵାସକ୍ରିୟା ଦ୍ୱାରା ଶରୀର ତାର କାର୍ଯ୍ୟ ସମ୍ପାଦନ କରେ। ଏହି ଶ୍ଵାସକ୍ରିୟା ଦ୍ୱାରା ଶରୀର ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ। ହିସାବରୁ ଜଣାଯାଏ ଯେ ଜଣେ ସାଧାରଣ ମଣିଷ ଗୋଟିଏ ମିନିଟ ରେ ୧୬ ରୁ ୨୦ଥର ଶ୍ଵାସକ୍ରିୟା କରିଥାଏ। ଶ୍ଵାସକ୍ରିୟାରେ ମନୁଷ୍ୟ ୫୦୦ ସି.ସି. ବାୟୁ ତ୍ୟାଗ କରେ। ଶ୍ଵାସକ୍ରିୟା ସମୟ ରେ ବକ୍ଷସ୍ଥଳ ର ପଞ୍ଜରା ଅସ୍ଥି ଉପରକୁ ଉଠିଆସେ ଓ ମଧ୍ୟସ୍ଥଦା ନିମ୍ନଗାମୀ ହୋଇଥାଏ। ଏହି କ୍ରିୟା ଫଳରେ ଫୁସଫୁସ ରେ ବାୟୁ ପୂର୍ଣ୍ଣ ହୁଏ। ପଞ୍ଜରା ଅସ୍ଥି ନିମ୍ନଗାମୀ ହୋଇ ମଧ୍ୟସ୍ଥଦା ଉପରକୁ ଆସିଲେ ବକ୍ଷସ୍ଥଳ ସଙ୍କୁଚିତ ହୋଇଯାଏ। ଫଳରେ ଫୁସଫୁସ ରୁ ବାୟୁ ବାହାରିଯାଏ। ଏହି ପ୍ରକ୍ରିୟା ରେ ଶ୍ଵାସକ୍ରିୟା ସମ୍ପର୍ଣ୍ଣ ହୋଇଥାଏ। ( କ୍ରମଶଃ )

Comments are closed.