ଛତିଶଗଡର ତିନି ହାର୍ଡକୋର ମାଓବାଦୀଙ୍କ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ

ଭୁବନେଶ୍ୱର –ତିନି ଦୁର୍ଦ୍ଧାନ୍ତ ମାଓବାଦୀ ଓଡିଶା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଡିଜିପି ଅଭୟଙ୍କ ଉପସ୍ଥିତିରେ ଛତିଶଗଡ କ୍ୟାଡରର ତିନି ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନେ ମହାନଦୀ ଏରିଆ କମିିଟିର ସଦସ୍ୟ ଥିଲେ । ଆତ୍ମସମର୍ପଣ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ଡିଜିପି । ମାଓବାଦୀମାନେ ହେଲେ ଲକ୍ଷ୍‌ମଣ, ଗଙ୍ଗା ମାଡକାମୀ ଓ ସୁକା ସୋଡି । ଅନ୍ୟ ମାଓବାଦୀଙ୍କୁ ମଧ୍ୟ ସେ ହିଂସାର ପଥ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି ।

Comments are closed.