ଟି-୨୦ ବିଶ୍ୱକପ କାର୍ଯ୍ୟସୂଚୀ ଘୋଷିତ, ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ମୁକାବିଲା

ଦୁବାଇ: ଚଳିତ ବର୍ଷ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି। ୨୦୦୭ର ଚାମ୍ପିଅନ୍ ଭାରତୀୟ ଦଳ ୨୪ ଅକ୍ଟୋବରରୁ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ | ବିରାଟ ବାହିନୀ ନିଜ ପ୍ରଥମ ମ୍ୟାଚ୍ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିବ।
ଅକ୍ଟୋବର ୧୭ରୁ ଓମାନ ଏବଂ ପପୁଆ ନ୍ୟୁ ଗିନି ମଧ୍ୟରେ ମ୍ୟାଚରୁ ଟୁର୍ନାମେଣ୍ଟ ଆରମ୍ଭ ହେବ | ଫାଇନାଲ ୧୪ ନଭେମ୍ବରରେ ଅନୁଷ୍ଠିତ ହେବ ।

ଓମାନରେ ଖେଳାଯିବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟରେ ୨୦୧୪ ବିଜେତା ଶ୍ରୀଲଙ୍କା ଓ ବାଂଲାଦେଶ ସହ
୮ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ । ଏହି ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ସୁପର-୧୨ ରାଉଣ୍ଡକୁ ଉନ୍ନୀତ ହେବେ।
ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ବିଶ୍ୱକପ ଅନୁଷ୍ଠିତ ହେବ । ଯୋଗ୍ୟତା ପର୍ଯ୍ୟାୟ ସମେତ ମୋଟ ୪୫ଟି ମ୍ୟାଚ୍ ଖେଳାଯିବ । ଏଥିମଧ୍ୟରୁ କ୍ୱାଲିଫାୟର ରାଉଣ୍ଡରେ ୧୨ଟି ମ୍ୟାଚ୍ ଏବଂ ସୁପର -୧୨ ରାଉଣ୍ଡରେ ୩୦ଟି ମ୍ୟାଚ୍ ଖେଳାଯିବ। ଏହାଛଡ଼ା ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ୍ ହେବ ।

Comments are closed.