ସୁପ୍ରିମକୋର୍ଟଙ୍କ ରାୟ, ଝିଅମାନେ ମଧ୍ୟ ଦେଇପାରିବେ ଏନଡିଏ ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ଝିଅମାନେ ଏନଡିଏ (ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷା ଦେଇପାରିବେ । ଆଜି ଏନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ସେପ୍ଟେମ୍ବର ୫ରେ ଏନଡିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରେ ଏନଡିଏରେ ଆଡମିଶନ ନିଷ୍ପତ୍ତି ନିଆଯିବ। ଝିଅମାନେ ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ଝିଅମାନଙ୍କୁ ଅନୁମତି ମିଳୁନଥିଲା।

ଏନଡିଏ ପରୀକ୍ଷାରେ ଝିଅମାନଙ୍କୁ ଅନୁମତି ଦେବାକୁ ଓକିଲ କୁଶ କାଲ୍ରା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କାଲ୍ରା କହିଥିଲେ ଯେ ସ୍ନାତକୋତ୍ତର ପରେ ହିଁ ମହିଳାମାନଙ୍କୁ ସେନାରେ ଯୋଗଦେବାକୁ ଅନୁମତି ଦିଆଯାଇଛି। ସେମାନଙ୍କ ପାଇଁ ସର୍ବନିମ୍ନ ବୟସ ମଧ୍ୟ ୨୧ ବର୍ଷ ରଖାଯାଇଛି | ଅନ୍ୟପକ୍ଷେ ପୁଅମାନେ କେବଳ ଦ୍ୱାଦଶ ପରେ ଏନଡିଏ ରେ ଯୋଗଦେବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି |

ଏଭଳି ଭିନ୍ନ ନିୟମ ଯୋଗୁଁ ମହିଳାମାନେ ପୁରୁଷଙ୍କ ସମକକ୍ଷ ହେବା ସମ୍ଭାବନା କମ୍ ଥାଏ | ଏହା ସମାନତା ଅଧିକାରର ଉଲ୍ଲଂଘନ | ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ନିବେଦନ କରିଥିଲେ । ଜଷ୍ଟିସ ସଂଜୟ କିଶନ କୌଲ ଏବଂ ହୃଶିକେଶ ରୟଙ୍କ ଏକ ଡିଭିଜନ ବେଞ୍ଚ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଥିଲା।

Comments are closed.