କୋଭିଡ ପରିଚାଳନା କ୍ଷେତ୍ରରେ ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ପୁଣି ନମ୍ବର -୧ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ ସର୍ଭେ ଅନୁସାରେ କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ନବୀନ । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପରେ କୋଭିଡ ପରିଚାଳନାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଦ୍ୱିତୀୟ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତୃତୀୟ ସ୍ଥାନରେ ଅଛନ୍ତି ।

କୋଭିଡ ପରିଚାଳନାରେ ନବୀନ ପଟ୍ଟନାୟକ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବା ନେଇ ବିଜେଡି ସାଂସଦ ଅମର ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଦାରିଦ୍ର‌୍ୟ ଦୂରୀକରଣ ହେଉ କି ମହିଳା ସଶକ୍ତିକରଣ କିମ୍ବା ବିପର୍ଯ୍ୟୟ ପରିଚାଳନା, ସବୁଥିରେ ନବୀନ ଆଗରେ ବୋଲି ଟ୍ୱିଟ୍ କରିଛନ୍ତି ଅମର ପଟ୍ଟନାୟକ ।

Comments are closed.