ଯୁକ୍ତ ଦୁଇ ଛାତ୍ରଛାତ୍ରୀ ବି ୟୁଟ୍ୟୁବ ଜରିଆରେ ପାଠ ପଢିବେ

ଭୁବନେଶ୍ୱର- ଏଣିକି ୟ୍ୟୁଟ୍ୟୁବ ଜରିଆରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ ସଫଳ ରହିଥିଲା । ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମଧ୍ୟ ୟୁଟ୍ୟୁବ ଜରିଆରେ ଶିକ୍ଷାଦାନ କରାଯିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଯେଉଁ ଛାତ୍ରଛାତ୍ରୀମାନେ କୋଭିଡ ମହାମାରୀ ପାଇଁ କ୍ଲାସ କରିପାରୁନାହାନ୍ତି, ସେମାନେ ୟୁଟ୍ୟୁବ୍ ଜରିଆରେ ଘରେ ରହି ପାଠ ପଢିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

Comments are closed.