ପର୍ଣ୍ଣ ଫିଲ୍ମ ମାମଲା: ଅଗଷ୍ଟ ୨୫ ଯାଏଁ କୁନ୍ଦ୍ରାଙ୍କୁ ଅନ୍ତରୀଣ ସୁରକ୍ଷା

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ସାଇବର ସେଲ ଯାଞ୍ଚ୍ କରୁଥିବା ପର୍ଣ୍ଣ ଫିଲ୍ମ ମାମଲାରେ ବମ୍ବେ ହାଇକୋର୍ଟ ରାଜ କୁନ୍ଦ୍ରାଙ୍କୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ଗିରଫରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଅଶ୍ଳୀଳ ଭିଡିଓ ତିଆରି ଏବଂ ଷ୍ଟ୍ରିମିଂ ଅଭିଯୋଗରେ ରାଜ କୁନ୍ଦ୍ରା ବର୍ତ୍ତମାନ ଜେଲରେ ଅଛନ୍ତି। ସାଇବର ସେଲର ମାମଲା ଅଲଗା ଅଟେ | ଗତ ବର୍ଷ ଠାରୁ ମହାରାଷ୍ଟ୍ର ସାଇବର ସେଲ୍ ଏହି ଘଟଣାର ଯାଞ୍ଚ କରୁଛି। ଏହି ମାମଲା ହେଉଛି ୨୦୨୦ର | ଅଶ୍ଲୀଳ ଫିଲ୍ମ ନିର୍ମାଣ ଓ ଷ୍ଟ୍ରିମିଂ ମାମଲାର ସାଇବର ସେଲ୍ ପୃଥକ୍ ଭାବେ କୁନ୍ଦ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଥିଲା । ଏହି ମାମଲାରେ କୁନ୍ଦ୍ରାଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ହଟସଟ୍ ମଧ୍ୟ ଜଣେ ଅଭିଯୁକ୍ତ । ଏହାଛଡ଼ା କୁନ୍ଦ୍ରା ସେସନ୍ସ କୋର୍ଟରେ ଜାମିନ ଆବେଦନ କରିଥିଲେ।

ଅଶ୍ଳୀଳ ଭିଡିଓ ତିଆରି କରିବା ଏବଂ ଆପ୍ ମାଧ୍ୟମରେ ଷ୍ଟ୍ରିମିଂ କରିବା ପାଇଁ ରାଜ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ଏହି ମାମଲାରେ ସେ ଜେଲରେ ଅଛନ୍ତି। ମହାରାଷ୍ଟ୍ର ପୋଲିସର କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରୁଛି। ଏହି ମାମଲାରେ ପୋଲିସ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରିଛି। ଏପର୍ଯ୍ୟନ୍ତ କରାଯାଇଥିବା ପଚରାଉଚରା ଆଧାରରେ ଶିଳ୍ପାଙ୍କ ସମ୍ପୃକ୍ତି ସାମ୍ନାକୁ ଆସି ନାହିଁ ବୋଲି ପୋଲିସ କହିଛି।

Comments are closed.