ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶ୍ରଫ ଘନି ସପରିବାର ସହ ଆବୁଧାବିରେ ଅଛନ୍ତି

ଦୁବାଇ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅଶ୍ରଫ ଘନି ତାଙ୍କ ପରିବାର ସହିତ ଆବୁଧାବିରେ ଅଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମାନବିକତା ଆଧାରରେ ୟୁଏଇ ରାଷ୍ଟ୍ରପତି ଅଶ୍ରଫ ଘନି ଏବଂ ତାଙ୍କ ପରିବାରକୁ ସ୍ୱାଗତ କରୁଛୁ। ତେବେ ସେ ୟୁଏଇରେ କେଉଁଠାରେ ଅଛନ୍ତି ସେ ବିଷୟରେ ଅଧିକ ସୂଚନା ଦିଆଯାଇ ନାହିଁ।

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) କହିଛି ଯେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି ଏବଂ ତାଙ୍କ ପରିବାରକୁ ମାନବିକତା ଭିତ୍ତିରେ ଶରଣ ଦେଇଛି।

ତାଲିବାନ କାବୁଲରେ ପହଞ୍ଚିବା ପୂର୍ବରୁ ଘନି ଦେଶ ଛାଡ଼ି ପଳାୟନ କରିଥିଲେ। ୟୁଏଇର ଅଫିସିଆଲ୍ ନ୍ୟୁଜ୍ ସଂସ୍ଥା ‘ଡବ୍ଲୂଏଏମ୍’ ବୁଧବାର ଏହି ସୂଚନା ଦେଇଛି। ତେବେ ଘାନି ୟୂଏଇରେ କେଉଁଠାରେ ଅଛନ୍ତି ତାହା ପ୍ରକାଶ କରାଯାଇ ନାହିଁ।

Comments are closed.