ଆମ ଶରୀର ଚର୍ଚ୍ଚା : ଯୋଗ 

କେତୋଟି ସାଧାରଣ ରୋଗ, ତାର ଲକ୍ଷଣ ଏବଂ ଯୋଗାସନ ଦ୍ୱାରା ଚିକିତ୍ସା

ବହୁମୂତ୍ର ବା ମଧୁମେହ ( Diabetis ) : ବହୁମୂତ୍ର ବା ମଧୁମେହ ଏକ ପୁରାତନ ରୋଗ। ବର୍ତ୍ତମାନ ପୃଥିବୀର ପ୍ରାୟ ଲୋକେ ଏହି ରୋଗରେ ପୀଡ଼ିତ। ମନୁଷ୍ୟ ର ପରିସ୍ରା ରେ କିମ୍ବା ରକ୍ତରେ ଶର୍କରା ( Sugar) ପରିମାଣ ବୃଦ୍ଧି ହେଲେ ଏହିରୋଗ ପ୍ରକାଶ ପାଏ।

ବହୁମୂତ୍ର ବା ମଧୁମେହ ଦୁଇ ପ୍ରକାର ର- ୧) ଡାଇ ବେଟିସ ମେଳାଇଟସ ( Diabetis Mellitus ), ୨) ଡାଇବେଟିସ ଇନସିପିଡସ ( Diabetis Insipidus )

ଡାଇବେଟିସ ହେବାର କାରଣ : ୧) ଅତ୍ୟଧିକ ଚିନି ଜାତୀୟ ଖାଦ୍ୟ ଗ୍ରହଣ । ୨) ଅତ୍ୟଧିକ ମୋଟା ହେବା, ଶାରରିକ ପରିଶ୍ରମ ନ କରିବା । ୩) ଆମ ଅଗ୍ନାଶୟ ( Pancreas ) ର ବିଟା କୋଷ ( Beta cell ) ରୁ ନିୟମିତ ଇନ୍ସୁଲିଂ କ୍ଷରଣ ହୁଏ। ଏହାକୁ ଚିକିତ୍ସା ଶାସ୍ତ୍ର ରେ ଆଇଲେଟସ ଅଫ ଲାଙ୍ଗର ହାନ୍ସ ( Islets of langerhans) କୁହାଯାଏ। ବିଟା କୋଷ ଯେତେବେଳେ ନଷ୍ଟ ହୋଇଯାଏ ।ଅଗ୍ନାଶୟ ସେତେବେଳେ ଇନ୍ସୁଲିଂ କ୍ଷରଣ ବନ୍ଦ କରି ଦିଏ।ଇନ୍ସୁଲିଂ ବନ୍ଦ ହୋଇଗଲେ ଶର୍କରା ଶରୀର ର ପେଶୀ ଗୁଡିକ ରେ ବ୍ୟବହୃତ ହୋଇପାରେ ନାହିଁ ଏବଂ ସେଥିରୁ ଶକ୍ତି ଆଉ ଉତ୍ପନ୍ନ ହୋଇପାରେ ନାହିଁ।ଏହି ଶର୍କରା ରକ୍ତ ସହିତ ମିଶି ଯାଏ। ରକ୍ତରେ ଶର୍କରା ଅଧିକ ହେଲେ ବୃକକ ( Kidney) କୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଓ ବୃକକ ପରିସ୍ରା ରେ ଅଧିକ ଶର୍କରା ଛାଡେ।ଯାହାଫଳରେ ଡାଇବେଟିସ ରୋଗୀର ପରିସ୍ରା ରେ ଶର୍କରା ବାହାରିଥାଏ।
୪) ଏହି ରୋଗ ମଧ୍ୟ ବଂଶଗତ କାରଣ ରୁ ହୋଇପାରେ। ପ୍ରକୃତ ପକ୍ଷେ ଏହି ମଧୁମେହ ରୋଗ ର ସଠିକ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

( କ୍ରମଶଃ )

Comments are closed.