କୋଭିଡ୍ ଟିକା ବୁଷ୍ଟର ଡୋଜ୍ ର କୌଣସି ଆବଶ୍ୟକତା ନାହିଁ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) କହିଛି ଯେ, ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ବିଶ୍ୱର କୌଣସି ସ୍ଥାନରେ କୋଭିଡ୍-୧୯ ଟୀକାକରଣର ବୁଷ୍ଟର ଡୋଜ୍ ଦେବାର ଆବଶ୍ୟକତା ନାହିଁ | ଡବ୍ଲୁଏଚ୍ଓ କହିଛି ଯେ ସର୍ବପ୍ରଥମେ ଆମେ ବିଶ୍ବର ଗରିବ ଦେଶର ଲୋକମାନଙ୍କ ସଂପୂର୍ଣ୍ଣ ଟିକାକରଣ କରିବା ବିଷୟରେ ଚିନ୍ତା କରିବା ଉଚିତ୍। ଏହା ପରେ ହିଁ ଧନୀ ଦେଶଗୁଡ଼ିକ ଟୀକର ବୁଷ୍ଟର ଡୋଜ ଦେବା ବିଷୟରେ ନିଷ୍ପତ୍ତି ନେବା ଉଚିତ୍ ।

ଡବ୍ଲୁଏଚ୍ଓ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ୍ କହିଛନ୍ତି, “କୋଭିଡ-୧୯ ର ସଦ୍ୟତମ ତଥ୍ୟ ଦେଖିବା ପରେ ଆମେ ନିଶ୍ଚିତ ଭାବରେ କହିପାରିବା ଯେ ବର୍ତ୍ତମାନ କୌଣସି ସ୍ଥାନରେ ବୁଷ୍ଟର ଡୋଜର ଆବଶ୍ୟକତା ନାହିଁ। ଏଥିପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ।”

ଡବ୍ଲୁଏଚ୍ଓର ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ କି ଆମେରିକା ୨୦ ସେପ୍ଟେମ୍ବରରୁ ସମସ୍ତ ନାଗରିକଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ୍ ଦେବା ପାଇଁ ବିଚାର କରୁଛି। ଡେଲଟା ଭାରିଆଣ୍ଟର ମାମଲା ବୃଦ୍ଧି ପାଉଥିବାରୁ ଆମେରିକା ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଡବ୍ଲୁଏଚ୍ଓ ବରିଷ୍ଠ ପରାମର୍ଶଦାତା ବ୍ରୁସ୍ ଏଲୱାର୍ଡ ଧନୀ ଦେଶମାନଙ୍କରେ କୋଭିଡ-୧୯ ଟୀକାର ବୁଷ୍ଟର ଡୋଜ୍ ଦେବା ପ୍ରସଙ୍ଗରେ କହିଛନ୍ତି, “ଏହି ସମୟରେ ବିଶ୍ୱରେ ପର୍ଯ୍ୟାପ୍ତ ସଂଖ୍ୟକ ଟିକା ଉପଲବ୍ଧ ଅଛି। ସମସ୍ୟା ହେଉଛି ଯେ ଏହା ଠିକ୍ ସ୍ଥାନରେ ପହଞ୍ଚୁନାହିଁ।

Comments are closed.