‘ସ୍ମାର୍ଟ ହେଲ୍‌ଥ କାର୍ଡ’ ସଂପର୍କରେ

ଭୁବନେଶ୍ୱର- ସ୍ୱାସ୍ଥ୍ୟ କ୍ଷେତ୍ରକୁ ସର୍ବଦା ପ୍ରାଥମିକତା ଦେଇ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେଲା ‘ସ୍ମାର୍ଟ ହେଲ୍‌ଥ କାର୍ଡ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ ହେଲଥ ସ୍ମାର୍ଟ କାର୍ଡ । ଗତ ସ୍ୱାଧୀନତା ଦିବସରେ ଏ ସଂପର୍କରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଘୋଷଣାର ମାତ୍ର ୫ ଦିନ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇଛି ।

ରାଜ୍ୟର ସାଢେ ତିନି କୋଟି ଜନସାଧାରଣଙ୍କୁ ଦିଆଯିବ ହେଲ୍‌ଥ ସ୍ମାର୍ଟ କାର୍ଡ । ରାଜ୍ୟର ସବୁ ସରକାରୀ ଡାକ୍ତରଖାନା ସହ ରାଜ୍ୟ ତଥା ଦେଶର ପ୍ରାୟ ୨୦୦ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ପାଇଁ ଏହି ସ୍ମାର୍ଟ କାର୍ଡ ବ୍ୟବହାର କରାଯାଇପାରିବ । ସାଧାରଣ ଲୋକଙ୍କ ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଏହି କାର୍ଡ ଯୋଗେ ମିଳିପାରିବ । ଏହାଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାର ଉପକୃତ ହେବେ ।

ପ୍ରତ୍ୟେକ ଓଡିଶାବାସୀଙ୍କୁ ପରିବାର ସଦସ୍ୟ ଭାବେ ଗ୍ରହଣ କରିବା ସହ ସେମାନଙ୍କ ଜୀବନର ସୁରକ୍ଷା ସହ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଉନ୍ନତ ଚିକିତ୍ସା ପାଇଁ ଲୋକଙ୍କୁ ଯେପରି ଘର ବା ଜମି ବା ଗହଣା ବିକ୍ରି କରିବାକୁ ନ ପଡେ, ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଅଧିକ ସୁଦୃଢ କରାଯାଇ ସ୍ମାର୍ଟ କାର୍ଡ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି ପଦକ୍ଷେପ ନେଇଛି ।

Comments are closed.