ଆସନ୍ତା ୨୩ରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଭଦ୍ରକ- ଆସନ୍ତା ୨୩ ତାରିଖରୁ ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର । କୋରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବାକୁ ନିଷ୍ପତ୍ତି ନେଇଛି ଭଦ୍ରକ ଜିଲ୍ଲା ପ୍ରଶାସନ । ଜିଲ୍ଲାର ଅନ୍ୟ ଧାର୍ମିକ ଅନୁଷ୍ଠାନଗୁଡିକୁ ବି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ସକାଳ ୬ରୁ ରାତି ୮ଟା ଯାଏଁ କୋଭିଡ ନିୟମ ପାଳନ କରି ଭକ୍ତମାନେ ମନ୍ଦିରରେ ଦର୍ଶନ କରିବେ । ଭକ୍ତମାନେ ଦିଅଁ ଦର୍ଶନ କରିପାରିବେ, କିନ୍ତୁ କୌଣସି ମୂର୍ତ୍ତି ଛୁଇଁ ପାରିବେ ନାହିଁ । ମନ୍ଦିର ଭିତରେ ଓ ବାହାରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

Comments are closed.