ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱକୁ ପ୍ରଶଂସା କରି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲେଖା : କହିଲେ, ନବୀନ ଜଣେ ଭିନ୍ନ ରାଜନେତା

ଭୁବନେଶ୍ୱର- ନିର୍ମଳ ଭାବମୂର୍ତ୍ତି ସହ ବିଭିନ୍ନ ଯୁଗାନ୍ତକାରୀ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ କରି ବାରମ୍ବାର ନିଜର ଲୋକପ୍ରିୟତାର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ସେ ସର୍ବାଗ୍ରେ ରହିଛନ୍ତି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା ଓ କାଳିଆ ଯୋଜନା ଦେଶବିଦେଶରେ ବେଶ୍ ଚର୍ଚ୍ଚିତ ଓ ପ୍ରଶଂସିତ । ଦଳୀୟ ରାଜନୀତିରୁ ଉପରକୁ ଉଠି ରାଜ୍ୟ ଓ ଦେଶର କଲ୍ୟାଣରେ ସର୍ବଦା ବ୍ରତୀ ହୋଇଆସିଛନ୍ତି ବିଜେଡି ସୁପ୍ରିମୋ ।

କୋରୋନାର ଦ୍ୱିତୀୟ ପ୍ରବାହରେ ବହୁମୂଲ୍ୟ ଜୀବନ ବଂଚାଇବା ପାଇଁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣ ପାଇଁ ନିଷ୍ପତ୍ତି ନେଇଥିଲେ ଓଡିଶା ମୁଖ୍ୟମନ୍ତ୍ରୀ । ସାରାଦେଶ ଏଥିପାଇଁ ନବୀନଙ୍କ ପ୍ରତି କୃତଜ୍ଞ ହୋଇଥିଲା । ଓଡିଶାର ଏହି ଜନପ୍ରିୟ ମୁଖ୍ୟମନ୍ତ୍ରୀ କିନ୍ତୁ ପ୍ରଶଂସା କେବେ ପ୍ରଭାବିତ କରିପାରିନାହିଁ । ସମାଲୋଚନାରେ ବି ବିବ୍ରତ ହୁଅନ୍ତି ନାହିଁ । କଥା ଅପେକ୍ଷା କାମରେ ବିଶ୍ୱାସ କରୁଥିବା ନବୀନ ବାବୁଙ୍କୁ ଏବେ ଅନ୍ୟ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଶଂସା କରିବାରେ ଲାଗିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନଙ୍କ ବ୍ୟକ୍ତିତ୍ୱ ଓ ପ୍ରାଶାସନିକ ଦକ୍ଷତାକୁ ଭୂୟସୀ ପ୍ରଶଂସା କରି ଇଣ୍ଡିଆ ଟୁଡେ ଡଟ୍ ଇନ୍ ରେ ଏକାଲେଖା ଲେଖିଛନ୍ତି । ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ,ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ଏପରି ଲେଖ।। ଲେଖିବା ବିରଳ । ବାତ୍ୟା ମୁକାବିଲା ହେଉ ବା କ୍ରୀଡା ଓ ପର୍ଯ୍ୟଟନର ବିକାଶ ହେଉ, ଓଡିଶାର ସବୁକ୍ଷେତ୍ରରେ ନବୀନ ପଟ୍ଟନାୟକ ପରିବର୍ତ୍ତନ ଆଣିଛନ୍ତି ବୋଲି ନୀତୀଶ ଲେଖିଛନ୍ତି । ନବୀନ ଜଣେ ଭିନ୍ନ ରାଜନୀତିଜ୍ଞ ବୋଲି ନୀତୀଶ ଲେଖିଛନ୍ତି ।

ସମ୍ମାନନୀ ବିଜୁ ବାବୁଙ୍କ ପୁଅ ଗତ ୨୪ ବର୍ଷ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳିଯାଆନ୍ତି । କିନ୍ତୁ ନବୀନ ପଟ୍ଟନାୟକ ବଦଳିନାହାନ୍ତି । ରାଜ୍ୟ ପାଇଁ ତାଙ୍କର ସଂପୂର୍ଣ୍ଣ ନିଷ୍ଠା ଓ ପ୍ରତିଶ୍ରୁତିବଦ୍ଧତା ରହିଛି ବୋଲି ଲେଖିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ।

Comments are closed.