ଗୁରୁଡିଝାଟିଆ ସମବାୟ ଋଣ ଦୁର୍ନୀତି ମାମଲାରେ ୬ ଅଭିଯୁକ୍ତ ଗିରଫ, ଆଉ ୫ ଜଣଙ୍କୁ ଖୋଜୁଛି ପୋଲିସ

କଟକ- କଟକ ଜିଲ୍ଲା ଆଠଗଡ ଗୁରୁଡିଝାଟିଆ ସମବାୟ ଋଣ ଦୁର୍ନୀତି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି । କୋଟିଏ ଟଙ୍କାର ଜାଲିଆତି ଅଭିଯୋଗରେ ସମବାୟ ସମିତିର ପିଅନ, ସଂପାଦକ, ସହକାରୀ ସଂପାଦକ, ଆଠଗଡ ସିସିବିର କ୍ୟାସିୟର, ସୁପରଭାଇଜର ଓ କିରାଣୀଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଫେରାର ଥିବା ଅନ୍ୟ ୫ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି । ଦୁର୍ନୀତି ଅଭିଯୋଗ ଆସିବା ପରେ ସମବାୟ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଭିଯୁକ୍ତଙ୍କ ବିରୋଧରେ ଅପରାଧୀକ ଷଡଯନ୍ତ୍ର, ଠକେଇ ଓ ଜାଲିଆତି ଦଫା ଲଗାଇଛି ପୋଲିସ । ଶତାଧିକ ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କାର ଋଣ ହଡପ ଅଭିଯୋଗ ହୋଇଛି ବୋଲି କଟକ ଚୌଦ୍ୱାର ଏସଡିପିଓ ସୂଚନା ଦେଇଛନ୍ତି ।

Comments are closed.