ଆଜି ବ୍ରଜମଣ୍ଡଳ ପରିକ୍ରମାରେ ମଥୁରାର ଅନ୍ୟ କିଛି ଦର୍ଶନୀୟ ସ୍ଥାନ

ଦୁର୍ବାସା ମୁନିଙ୍କ ଆଶ୍ରମ : ଦୁର୍ବାସା ମୁନିଙ୍କ ଆଶ୍ରମ ବିଶ୍ରାମ ଘାଟର ଠିକ ସମ୍ମୁଖରେ ଅର୍ଥାତ ଯମୁନା ନଦୀର ଅପର ପାର୍ଶ୍ୱରେ ଅବସ୍ଥିତ। ଦୁର୍ବାସା ମୁନି ଏହି ସ୍ଥାନରେ ତପସ୍ୟା କରିଥିଲେ। ଶ୍ରୀରାଧାରାଣୀଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦୁର୍ବାସା ମୁନି ଶ୍ରୀରାଧାରାଣୀ ଙ୍କ ରନ୍ଧନ ଅମୃତ ତୁଲ୍ୟ ହେଉ ବୋଲି ଏହି ସ୍ଥାନରେ ବରଦାନ କରିଥିଲେ।

ବେଣୀ ମାଧବ : ଏହି ମନ୍ଦିର ବିଶ୍ରାମ ଘାଟ ନିକଟରେ ଅବସ୍ଥିତ।

ସପ୍ତସମୁଦ୍ର କୁପ : ଜନଶ୍ରୁତି ଅନୁସାରେ ନାଗ ମାନଙ୍କ ଶାସନ କାଳରେ ସର୍ପ ଦେଵତାଙ୍କ ପୂଜା ଏଠାରେ କରାଯାଉଥିଲା। ମଥୁରାର ନବ ବିବାହିତା ନାରୀମାନେ ନାଗପଞ୍ଚମୀ ଦିନ ଏହି ପ୍ରାଚୀନ୍ନ କୂପରେ ଆସି ପୂଜା କରିଥାନ୍ତି।

ଚାମୁଣ୍ଡା ଦେବୀ ମନ୍ଦିର : ଭଗବାନ ଶ୍ରୀକୃଷ୍ଣଙ୍କ ଆଦେଶ ରେ ଏହି ଦେବୀ ବଳରାମ ଙ୍କୁ ଦେଵକୀଙ୍କ ଗର୍ଭରୁ ଆକର୍ଷଣ କରି ରୋହିଣୀଙ୍କ ଗର୍ଭରେ ସ୍ଥାପିତ କରିଥିଲେ।

ଶ୍ରୀମଥୁରାର ପ୍ରସିଦ୍ଧ ଚାରୋଟି ଦରଜା : ୧) ହୋଲି ଦରଜା, ୨) ଭରତପୁର ଦରଜା, ୩) ଡିଗ ଦରଜା, ୪) ବୃନ୍ଦାବନ ଦରଜା।

ଶ୍ରୀମଥୁରାର ପ୍ରସିଦ୍ଧ ପଞ୍ଚକୁଣ୍ଡ : ୧) ଶିଵତାଳ କୁଣ୍ଡ, ୨) ବଳଭଦ୍ର କୁଣ୍ଡ, ୩) ମହାବିଦ୍ୟା କୁଣ୍ଡ, ୪) ସରସ୍ୱତୀ କୁଣ୍ଡ, ୫) ପୁତରା କୁଣ୍ଡ ।

ପ୍ରତିଦିନ ଶ୍ରୀମଥୁରାର ବିଶ୍ରାମ ଘାଟରେ ଶ୍ରୀ ଯମୁନାଙ୍କ ସନ୍ଧ୍ୟା ଆରତୀ ଅନୁଷ୍ଠିତ ହୋଇଥାଏ। ଯାହା ଅତ୍ୟନ୍ତ ମନୋମୁଗ୍ଧକର।
….. କ୍ରମଶଃ

Comments are closed.