ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟରେ ଗଡିବ ବୈଦ୍ୟୁତିକ ଯାନ, କ୍ୟାବିନେଟରେ ପରିବହନ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ସମ୍ଭାବନା

ଭୁବନେଶ୍ୱର- ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରାଜ୍ୟରେ ବିଦ୍ୟୁତଚାଳିତ ଯାନ ଉପରେ ଗୁରୁତ୍ୱ ଦିଆଯିବ । ବିଦ୍ୟୁତ ଚାଳିତ ଯାନ କିଣିବା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ । ବିଦ୍ୟୁତଚାଳିତ ଯାନ କିଣିଲେ ଲୋକଙ୍କୁ ରିହାତି ମିଳିବ । ଆସନ୍ତା କ୍ୟାବିନେଟ ବୈଠକର ଇ-ଯାନ ନୀତି ପ୍ରସ୍ତାବ ଆସିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସେପଟେମ୍ବର ସୁଦ୍ଧା ରାଜ୍ୟରେ ବୈଦ୍ୟୁତିକ ଯାନ ଗଡିବ ବୋଲି ଆଶା ପ୍ରକାଶ କରିଛନ୍ତି ମନ୍ତ୍ରୀ ।

ପରିବହବନ ବିଭାଗର ପ୍ରସ୍ତାବ ଅନୁସାରେ ସରକାରୀ ଅଫିସ ଓ କମ୍ପାନି ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ପାଇବେ । ବିଦ୍ୟୁତ ଚାଳିତ ଯାନ କିଣିଲେ ରୋଡ୍ ଟ୍ୟାକ୍ସ ଓ ପଂଡିକରଣ ଫି ଛାଡ କରାଯାଇପାରେ ।

Comments are closed.