ଯୁକ୍ତ ଦୁଇରେ ଏଥର ବି ୭୦ ପ୍ରତିଶତ ସିଲାବସ

ଭୁବନେଶ୍ୱର – ଏଥର ମଧ୍ୟ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୭୦ ପ୍ରତିଶତ ସିଲାବସ୍ ରହିବ । କୋରୋନା ଯୋଗୁଁ ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତ୍ତି ନେଇଛି । ଉଭୟ ବର୍ଷର ପିଲାଙ୍କ ଲାଗି ବର୍ଷକୁ ୪ଟି ପରୀକ୍ଷା ହେବ । ପ୍ରଥମ ୩ଟି ତ୍ରୈମାସିକ ପରୀକ୍ଷାରେ ପୂର୍ଣ୍ଣସଂଖ୍ୟା ୩୦ ନମ୍ବର ରହିବ । ଏଥିମଧ୍ୟରେ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବରର ପ୍ରାକ୍ଟିକାଲ ପରୀକ୍ଷା ହେବ । ଏପ୍ରିଲ ମାସରେ ୨ ଘଣ୍ଟିଆ ବୋର୍ଡ ପରୀକ୍ଷା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛି । ପ୍ରଥମ ଇଂଟରନାଲ ପରୀକ୍ଷାରେ ଆସିଥିବା ପ୍ରଶ୍ନ ଦ୍ୱିତୀୟ ପରୀକ୍ଷାରେ ଆସିବ ନାହିଁ । ଏପ୍ରିଲ ମାସରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୨ ଘଣ୍ଟିଆ ବୋର୍ଡ ପରୀକ୍ଷା ହେବ । ଏକାଦଶ ଶ୍ରେଣୀର ୪ଟି ଯାକ ପରୀକ୍ଷାର ପରିଚାଳନା କଲେଜ କରିବ ।

Comments are closed.