କଟକ ବଡ ମେଡିକାଲରେ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ଗୁରୁତର ରୋଗୀଙ୍କୁ ମାଗଣାରେ ମିଳିବ ସେବା

ଭୁବନେଶ୍ୱର- କଟକ ବଡ ମେଡିକାଲରେ ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଇକୋମୋ ସୁବିଧାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବେ । ସବୁ ଗୁରୁତର କୋଭିଡ ସଂକ୍ରମିତ, ଫୁସଫୁସ ଓ ହୃଦରୋଗୀଙ୍କ ପାଇଁ ଏହି ସେବା ବିନା ମୂଲ୍ୟରେ ଉପଲବ୍ଧ ହେବ । କଟକ ବଡ ମେଡିକାଲରେ ୯ଟି ଇକମୋ ମେସିନ ଲଗାଯାଇଛି । କଟକ ବଡ ମେଡିକାଲର ଇକମୋ ୟୁନିଟ ପୂର୍ବ ଭାରତର ସବୁଠାରୁ ବଡ ଇକମୋ ୟୁନିଟ ବୋଲି କୁହାଯାଉଛି । ଇକମୋ ମେସିନ ବ୍ୟବହାର ପାଇଁ ଦୁଇଟି ପର୍ଯ୍ୟାୟରେ ଏସସିବିର ୧୯ ଜଣ ଡାକ୍ତର ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ।

Comments are closed.