କରୋନା ଅପଡେଟ୍: କ୍ରମାଗତ ଦ୍ବିତୀୟ ଦିନ ଦେଶରେ ୪୦ ହଜାରରୁ ଉର୍ଦ୍ଧ୍ବ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଏବେ ପୁଣି ବଢିବାରେ ଲାଗିଛି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୪୦ ହଜାରରୁ ଅଧିକ କରୋନା ମାମଲା ରୁଜୁ ହୋଇଛି। ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪୪,୬୫୮ ନୂଆ ମାମଲା ଆସିଥିବା ବେଳେ ​ ୪୯୬ ଜଣଙ୍କ ମୃତ୍ୟୁ ହୋଇଛି। ଏହାପୂର୍ବରୁ ଗୁରୁବାର ୪୬,୧୬୪ କରୋନା ମାମଲା ରିପୋର୍ଟ ହୋଇଥିଲା। ଦିନକରେ ଆଉ ୩୨,୯୮୮ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି |

ସମଗ୍ର ଦେଶରେ କରୋନା ମାମଲା ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି କେରଳ। କେରଳରେ ଗତକାଲି ସର୍ବାଧିକ ୩୦,୦୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯.୧୩ ଲକ୍ଷକୁ ବୃଦ୍ଧି ପାଇଛି। ୧୬୨ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୦,୧୩୪ରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଦିନ ରାଜ୍ୟରେ ନୂଆ ସଂକ୍ରମଣ ୩୦ ହଜାରରୁ ଅଧିକ ହୋଇଛି।

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ମୋଟ ତିନି କୋଟି ୨୬ ଲକ୍ଷ ୩ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୩୬ ହଜାର ୮୬୧ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୧୮ ଲକ୍ଷ ୨୧ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ତିନି ଲକ୍ଷରୁ ଅଧିକ ରହିଛି | ଦେଶରେ ଏବେ ୩ ଲକ୍ଷ ୪୪ ହଜାର ଲୋକ ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅଗଷ୍ଟ ୨୬ ପର୍ଯ୍ୟନ୍ତ ସାରା ଦେଶରେ ୬୧ କୋଟି ୨୨ ଲକ୍ଷ ୮ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତକାଲି ୭୯.୪୮ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୧ କୋଟି ୪୯ ଲକ୍ଷ କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୧୮.୨୪ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସକାରାତ୍ମକତା ହାର ୩ ପ୍ରତିଶତରୁ କମ୍ ଅଟେ |

Comments are closed.