ଯୁକ୍ତଦୁଇ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର ପରୀକ୍ଷା ପାଇଁ ଆଜିଠାରୁ ୯ ତାରିଖ ଯାଏଁ ଆବେଦନ ପଞ୍ଜୀକରଣ

ଭୁବନେଶ୍ୱର- ଯୁକ୍ତଦୁଇ କଳା, ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ଫଳକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଅଫ୍ ଲାଇନ ପରୀକ୍ଷା ଦେଇପାରିବେ । ସେଥିପାଇଁ ଆଜିଠାରୁ ୯ ତାରିଖ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ କଲେଜଗୁଡିକୁ ଲିଙ୍କ୍ ପଠାଯାଇଛି । ଛାତ୍ରଛାତ୍ରୀ ନିଜ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍‌ସ ଇ-ସ୍ପେସ୍ ମାଧ୍ୟମରେ ପଞ୍ଜୀକରଣ କରିବେ । ପରୀକ୍ଷା ପାଇଁ ପଞ୍ଜୀକରଣ ପରେ ପରୀକ୍ଷାର୍ଥୀଙ୍କୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ମିଳିଥିବା ମାର୍କକୁ ଗଣନା କରାଯିବ ନାହିଁ । ସବୁ ବିଷୟରେ ଅଫଲାଇନ ପରୀକ୍ଷା ହେବ ନାହିଁ । କେତେକ ପ୍ରମୁଖ ବିଷୟରେ ପରୀକ୍ଷା କରାଯିବ । ସେସବୁ ବିଷୟରେ ମାର୍କ ଆଧାରରେ ଅନ୍ୟ ବିଷୟରେ ମାର୍କ ପ୍ରଦାନ କରାଯିବ । ପରୀକ୍ଷା ପଞ୍ଜୀକରଣ ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡିବ ନାହିଁ ।

Comments are closed.