ବିଧାନସଭା ଅଧିବେଶନ ନେଇ ସର୍ବଦଳୀୟ ବୈଠକ : ବିଧାୟକ ଓ ମନ୍ତ୍ରୀଙ୍କ ଆଂଟିବଡି ଟେଷ୍ଟ,ଦୈନିକ ୫ ଘଣ୍ଟା ଗୃହକାର୍ଯ୍ୟ

ଭୁବନେଶ୍ୱର- ଆସନ୍ତାମାସ ପହିଲାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ କିପରି ସୁରୁଖୁରୁରେ ଚାଲିବ, ନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି । କୋଭିଡ ଗାଇଡଲାଇନ ଅନୁସାରେ ବିଧାନସଭା ଚାଲିବ । ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଆଂଟିବଡି ଟେଷ୍ଟ କରାଯିବ । ବିଧାୟକ ଓକାକ୍ ବିଲଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବସିବେ । ଦୈନିକ ୫ ଘଣ୍ଟା ଚାଲିବ ବିଧାନସଭା । ତାରକା ପ୍ରଶ୍ନ ରହିବା ସହ ଶନିବାର ଦିନ ବି ଚାଲିବ ଗୃହକାର୍ଯ୍ୟ । ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ । ବିଧାନସଭାକୁ ପ୍ରତିଦିନ ସାନିଟାଇଜ କରାଯିବ ।

Comments are closed.